www.samajalive.in
Saturday, December 6, 2025
14.1 C
Bhubaneswar

ସେପ୍ଟେମ୍ବର ୩୦ ଯାଏ ବଢ଼ିଲା ଆୟକର ଦାଖଲ ସମୟସୀମା

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ଆୟକର ଦାଖଲ ସମୟ ସୀମାକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ବିଶେଷ କରି ୨୦୧୮-୧୯ ଆର୍ଥିକ ବର୍ଷ (୨୦୧୯-୨୦) ବର୍ଷ ନିମନ୍ତେ ଉର୍ଦ୍ଧିଷ୍ଟ ଆୟକର ଦାଖଲ ସମୟସୀମାରେ ଏହି ବୃଦ୍ଧି କରାଯାଇଛି। ତେବେ ତୃତୀୟଥର ପାଇଁ ୨୦୧୮-୧୯ ଆର୍ଥିକବର୍ଷ ନିମନ୍ତେ ଆୟକର ଦାଖଲରେ ଏଭଳି ବୃଦ୍ଧି ପଦକ୍ଷେପ ନିଆଯାଇଛି।

- Advertisement -

କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି କରଦାତାଙ୍କ ହିତକୁ ଧ୍ୟାନରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ଼ (ସିବିଡ଼ିଟି)ପକ୍ଷରୁ କୁହାଯାଇଛି। ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ଆୟକର ଦାଖଲ ସମୟସୀମା ଚଳିତମାସ ୩୦ ରହିଥିଲା। ବର୍ତ୍ତମାନ ଏହାକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରାଯାଇ ଥିବା ଆୟକର ବିଭାଗ ପକ୍ଷରୁ ଏକ ଟ୍ଵିଟରେ କୁହାଯାଇଛି। ଏହା ପୂର୍ବରୁ ମାର୍ଚ୍ଚରେ ଆୟକର ଦାଖଲ ସମୟସୀମାକୁ ମାର୍ଚ୍ଚ ୩୧ରୁ ଜୁନ ୩୦କୁ ବୃଦ୍ଧି କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories