www.samajalive.in
Friday, December 5, 2025
23.1 C
Bhubaneswar

ପୁଲିସ ଫୋର୍ସ ସନ୍ଧାନୀ କୁକୁରର ମୃତ୍ୟୁ, ପୁଲିସ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ

ନବରଙ୍ଗପୁର: ଜିଲ୍ଲା ପୁଲିସ ଫୋର୍ସର ସନ୍ଧାନୀ କୁକୁର ‘ତାରା’ର ଅସୁସ୍ଥତା କାରଣରୁ ୧୩ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାରା ବର୍ତ୍ତମାନ ନବରଙ୍ଗପୁର ପୁଲିସ ଫୋର୍ସରେ କାର୍ୟ୍ୟ କରୁଥିଲା। ନିଜର କାର୍ୟ୍ୟକାଳ ଭିତରେ ଅନେକ ଗୁଡିଏ ସର୍ଚ୍ଚ ଅପେରସନକୁ ସଫଳତାର ସହିତ ତୁଲାଇ ବହୁ ଧନ ଜୀବନ ରକ୍ଷା କରିଥିଲା। ୧୨ ବର୍ଷ ସେ ନିଜକୁ ପୁଲିସ ସେବାରେ ଉତ୍ସର୍ଗ କରିଥିବାରୁ ନବରଙ୍ଗପୁର ପୁଲିସ ସସମ୍ମାନ ପୁଲିସ ମର୍ଯ୍ୟାଦା ଦେଇ ତାର ଶେଷକୃତ ସମ୍ପନ୍ନ କରିଛି।

- Advertisement -

ତାରା ୦୪.୦୫.୨୦୦୯ ମସିହାରେ ପୁଲିସ ଫୋର୍ସରେ ଯୋଗ ଦେଇଥିଲା। କୋରାପୁଟରେ କାର୍ୟ୍ୟରେ ଯୋଗ ଦେବା ପୂର୍ବରୁ କଟକରେ ଟ୍ରେନିଙ୍ଗ ନେଇଥିଲା। ତାର କାର୍ୟ୍ୟକାଳ ମଧ୍ୟରେ ୫୦ରୁ ଉଦ୍ଧ୍ୱର୍ ହତ୍ୟା, ଡକାୟତ ଇତ୍ୟାଦି ମାମଲାକୁ ସଫଳତା ପୂର୍ବକ ସମାଧାନ କରି ପୁଲିସକୁ ସାହାଯ୍ୟ କରିଛି। ଯାହାପାଇଁ ତତ୍କାଳୀନ ପୁଲିସ ଅଧିକାରୀ ୨୦୧୭ ମସିହାରେ ତାକୁ ସମ୍ମାନିତ କରିଥିଲେ। ଅନେକ ସଫଳତା ମଧ୍ୟରୁ ୨୦୧୬ ମସିହାରେ ଦମନଯୋଡିଠାରେ ଘଟିଥିବା କେଶ ନମ୍ବର – ୬୩/୨୦୧୬ ( ତନ୍ତ୍ରମନ୍ତ୍ର ପାଇଁ ନାବାଳିକା ଛୋଟ ଝିଅକୁ ନିର୍ମମ ଭାବେ ହତ୍ୟା )କୁ ତାରା ହିଁ ମୁଖ୍ୟ ଭୂମିକା ଗ୍ରହଣ କରି ସଫଳତା ପୂର୍ବକ ଅଭିଯୁକ୍ତକୁ ଧରାଇଥିଲା। ସେହିଭଳି ୨୦୧୩ମସିହାରେ ବିଶ୍ୱନାଥପୁର ଗ୍ରାମରେ ସ୍ତ୍ରୀ କୁ ସ୍ୱାମୀ ହତ୍ୟା କରିଥିବା ଘଟଣାରେ ମଧ୍ୟ ସଫଳତା ପାଇଥିଲା ତାରା। ଏଭଳି ଅନେକ ଘଟଣାର ପର୍ଦାଫାଶ କରିଥିଲା ଏହି ସନ୍ଧାନୀ କୁକୁର ତାରା। ୨୦୧୮ ଜୁଲାଇ ମାସରେ ତାରା କୋରାପୁଟ ପୁଲିସରୁ ଆସି ନବରଙ୍ଗପୁର ପୁଲିସ ମୁଖ୍ୟାଳୟରେ ଯୋଗ ଦେଇଥିଲା।

ନବରଙ୍ଗପୁର ପୁଲିସ ବେରେକରେ ତାରାକୁ ପୁଲିସ ମର୍ୟ୍ୟାଦା ସହ ସମାଧି ଦିଆଯାଇଛି। ନବରଙ୍ଗପୁର ଏସପି ନୀତିନ କୁଶଲକର ଉପସ୍ଥିତ ଥିବା ସହିତ ଗଭୀର ଦୁଃଖ ପ୍ରକାଶ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories