www.samajalive.in
Saturday, December 6, 2025
15.1 C
Bhubaneswar

କରୋନା କାଳରେ ମୁକ୍ତ ହେଲେଣି ୧୬ ହଜାରରୁ ଅଧିକ ବନ୍ଦୀ

କରୋନା ମହାମାରୀ ସମୟରେ ଓଡ଼ିଶା ସରକାର ପ୍ରାୟ ୧୬ ହଜାରରୁ ଅଧିକ ବନ୍ଦୀଙ୍କୁ ବିଭିନ୍ନ ଜେଲ୍‍ରୁ ମୁକ୍ତ କରିଛନ୍ତି। ବିଭାଗୀୟ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୨୦ରୁ ଜୁଲାଇ ୨୮ ମଧ୍ୟରେ ୧୬ ହଜାର ୭ ଶହ ୮୯ ଜଣ ବନ୍ଦୀଙ୍କୁ ବିଭିନ୍ନ ଜେଲ୍‍ରୁ ମୁକ୍ତ କରାଯାଇଛି। ଜେଲ୍‍ରେ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ, ସେନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ରାଜ୍ୟରେ ଥିବା ୫ଟି ଜେଲ୍‍ – ବ୍ରହ୍ମୁର, ସମ୍ବଲପୁର, କଟକ, ବାରିପଦା ଏବଂ ମିର୍ଜାପୁରରେ ବନ୍ଦୀ ଜୀବନ କାଟୁଥିବା ୧୬ ହଜାର ୬ ଶହ ୩୯ ଜଣ କଏଦୀ ଏବଂ ୧୫୦ ଜଣ ବିଚାରାଧୀନ କଏଦୀଙ୍କୁ ଏହି ୪ ମାସ ମଧ୍ୟରେ ମୁକ୍ତ କରାଯାଇଛି। ୩୦ଟି ଜିଲ୍ଲାର ଜିଲ୍ଲାଜଜ୍‍, ଜିଲ୍ଲା ମାଜିଷ୍ଟ୍ରେଟ୍‍, ପୁଲିସ୍‍ ଏସ୍‍.ପି. ଏବଂ ଅନ୍ୟମାନଙ୍କୁ ନେଇ ଗଠିତ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଦ୍ୱାରା ଏହା ସମୀକ୍ଷା କରାଯାଇ କେଉଁମାନଙ୍କୁ ମୁକ୍ତ କରାଯିବ ନିଷ୍ପତ୍ତି ନିଆଯାଇଥିଲା। ଗତ ମାର୍ଚ୍ଚ ୨୩ରେ ସର୍ବୋଚ୍ଚ ନ୍ୟାୟାଳୟ ଏ ସମ୍ପର୍କିତ ନିର୍ଦ୍ଦେଶନାମାରେ ସର୍ବାଧିକ ୭ ବର୍ଷ ଜେଲ୍‍ଦଣ୍ଡ ପାଇଥିବା ଅଭିଯୁକ୍ତ ଏବଂ ମାମଲା ଚାଲିଥିବା କଏଦୀଙ୍କୁ ମୁକ୍ତ କରିବାକୁ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories