www.samajalive.in
Friday, December 5, 2025
17.1 C
Bhubaneswar

ଆକର୍ଷଣୀୟ ହେବ ପୁରୀ ସ୍ୱର୍ଗଦ୍ୱାର

ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନର ପୁର୍ନରୁଦ୍ଧାର କରାଯାଇ ଏହାକୁ ଆକର୍ଷଣୀୟ କରାଯିବ ବୋଲି ଜିଲ୍ଲାପାଳ ବଳୱନ୍ତ ସିଂ କହିଛନ୍ତି। ସେଠାରେ ଚାଲିଥିବା ପୁର୍ନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରି ଜିଲ୍ଳାପାଳ ଏହା କହିଛନ୍ତି। ସେ କହିଛନ୍ତି ଯେ ଶବ ସତ୍କାର ପାଇଁ ଆସୁଥିବା ଲୋକମାନେ ଯେପରି ଭଲ ଅନୁଭୂତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ, ସେଥିଲାଗି ସେମାନଙ୍କୁ ଉତ୍ତମ ଆତିଥେୟତା ଯୋଗାଇ ଦିଆଯିବ। ସିଙ୍ଗଲ ଉଇଣ୍ଡୋ ମାଧ୍ୟମରେ ସମସ୍ତ ସୁବିଧା ଉପଲବ୍ଧ ହେବ। ଶବ ସତ୍କାର ଓ ପଥ ଶ୍ରାଦ୍ଧପାଇଁ ଅଭିଜ୍ଞ ଲୋକଙ୍କୁ ନିୟୋଜିତ କରାଯିବା ସହିତ ଦର୍ଶକଙ୍କ ପାଇଁ ଗ୍ୟାଲେରୀ ନିର୍ମାଣ କରାଯିବ। ସେଠାରେ ଠିଆ ହୋଇ ଲୋକେ ଶବ ସତ୍କାର ଦେଖିପାରିବେ। ସ୍ୱର୍ଗଦ୍ୱାରରେ ଶୋଷଣ ମୁକ୍ତ ଶବ ସତ୍କାର ଲାଗି ସମସ୍ତ ଉଦ୍ୟମ କରାଯାଉ ଥିବା ସେ କହିଛନ୍ତି। ଓଡିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ଏହି ସମସ୍ତ କାର୍ଯ୍ୟ କରାଯାଉଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories