www.samajalive.in
Friday, December 5, 2025
26.1 C
Bhubaneswar

ସଫଳ କୋଭିଡ ପରିଚାଳନା ପାଇଁ ଜିଲା ପ୍ରଶାସନକୁ ପର୍ଯ୍ୟବେକ୍ଷକଙ୍କ ପ୍ରଶଂସା

ଦେବଗଡ : ଦେବଗଡ ଜିଲା ଗସ୍ତରେ ଆସିଥିବା କୋଭିଡ ପର୍ଯ୍ୟବେକ୍ଷକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଦେବଗଡ ଜିଲାରେ କୋଭିଡ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସେଗୁଡିକର ଉପଯୁକ୍ତ ପରିଚାଳନା ପାଇଁ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।

ଜିଲାକୁ କରୋନା ସଂକ୍ରମଣରୁ ଦୂରେଇ ରଖିବାରେ ପ୍ରଶାସନର ଯୋଜନାବଦ୍ଧ ଭାବରେ ବିଭିନ୍ନ ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ତଥା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକର ସଠିକ ପରିଚାଳନା କରୋନା ସଂକ୍ରମଣ ନିୟନ୍ତ୍ରଣରେ ଯଥେଷ୍ଟ ସହାୟକ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ଶ୍ରୀ ସେଠୀ ଏବଂ ଅନ୍ୟତମ ପର୍ଯ୍ୟବେକ୍ଷକ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ଜିଲ୍ଲାକୁ ଗସ୍ତ ସମୟରେ ଜିଲ୍ଲାରେ କରୋନାର ସ୍ଥିତି ଏବଂ ତା ଉପରେ ପ୍ରଶାନିକ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ପର୍ଯ୍ୟବେକ୍ଷକ ଦ୍ୱୟଙ୍କୁ ଜିଲ୍ଲାରେ କରୋନା ନିୟନ୍ତ୍ରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପ୍ରଶାସନିକ ପଦକ୍ଷେପ ଉପରେ ଅବଗତ କରାଯାଇଥିଲା। ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଗତ ମାର୍ଚ୍ଚ ମାସରୁ ମିଶନମୋଡରେ ଚାଲିଥିବା ସ୍ୱାସ୍ଥ୍ୟ ସର୍ଭେ, ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର, ଓ.ପି.ଡି., ଔଷଧ ଦୋକାନମାନଙ୍କରୁ ତଥ୍ୟ ସଂଗ୍ରହ ଏବଂ ସେଗୁଡିକ ଉପରେ ପଦକ୍ଷେପ, ଜିଲା କୋଭିଡ ସେଲ ଏବଂ କଲ ସେଣ୍ଟର ଦ୍ୱାରା ବିଭିନ୍ନ ବର୍ଗର ଲୋକଙ୍କୁ ଯୋଗାଯୋଗ ଏବଂ ସଚେତନତା ନିମନ୍ତେ ଏସ.ଏମ.ଏସ୍. ଓ ଅନ୍ୟାନ୍ୟ ମାଧ୍ୟମର ଉପଯୋଗ, ବନ ସୁରକ୍ଷା ସମିତି, ଫଡି ସମିତି, ଗାଁ କଲ୍ୟାଣ ସମିତି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପଞ୍ଚାୟତରାଜ ଅନୁଷ୍ଠାନର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ ତଥା ଅଙ୍ଗନବାଡି କର୍ମୀ. ଆଶାକର୍ମୀଙ୍କ ଦ୍ୱାରା ପ୍ରତ୍ୟେକ ସପ୍ତାହରେ ଦୁଇଥର ଘରକୁ ଘର ସର୍ଭେ ଏବଂ ନିଜନିଜ ଅଞ୍ଚଳରେ କରୋନା ସ୍ଥିତି ଉପରେ କୋଭିଡ ସେଲକୁ ପ୍ରତ୍ୟେହ ସୂଚନା ପ୍ରଦାନ,କୋଭିଡ ସେଲ ଦ୍ୱାରା ଏହା ଉପରେ ତ୍ୱରିତ୍ ପଦକ୍ଷେପ, ପଜିଟିଭ୍ ଚିହ୍ନିତ ବ୍ୟକ୍ତିଙ୍କୁ କୋଭିଡ କେୟାର ହସ୍ପିଟାଲ ପଠାଇବା, ଲକ୍ଷଣଯୁକ୍ତ ଲୋକମାନଙ୍କୁ କୋଭିଡ କେୟାର ସେଣ୍ଟର ଏବଂ ସଂଲ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ତୁରନ୍ତ ସଂଗରୋଧରେ ରଖାଯିବା ତଥା ସର୍ଭାଇଲେନ୍ସ ଏବଂ ଏନଫୋର୍ସମେଣ୍ଟ ଟିମମାନଙ୍କ ଦ୍ୱାରା ନିୟମିତ ବ୍ୟବଧାନରେ କୋଭିଡ ନିୟମ ପାଳନ ନିମନ୍ତେ ଯାଞ୍ଚ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଜିଲ୍ଲା ଜନସାଧାରଣଙ୍କ ସହଯୋଗ ସମ୍ମିଳିତ ଭାବରେ ଜିଲ୍ଲାକୁ ବର୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ଅନେକାଂଶରେ ପ୍ରତିହତ କରିପାରିଛି ବୋଲି ପର୍ଯ୍ୟବେକ୍ଷକ ଦ୍ୱୟ ମତ ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories