ଆରଜେଡି ନିମନ୍ତ୍ରଣ ପତ୍ରରେ ତେଜପ୍ରତାପଙ୍କ ନାମ ନାହିଁ, ବୋହୁ ଐଶ୍ୱର୍ଯ୍ୟାଙ୍କୁ ସ୍ଥାନ
ପାଟନା : ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପ୍ରତିଷ୍ଠା ଦିବସ ସମାରୋହ ପାଇଁ ଛପା ଯାଇଥିବା ନିମନ୍ତ୍ରଣ ପତ୍ରରେ ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପଙ୍କ ନାମ ନଥିବା ବେଳେ ବୋହୁ ଐଶ୍ୱର୍ଯ୍ୟାଙ୍କ ନାମ ସ୍ଥାନ ରହିଛି। ଏହାକୁ ନେଇ ବିହାରରେ ରାଜନୈତିକ କରିଡ଼ରରେ ଚର୍ଚ୍ଚା ହେବାରେ ଲାଗିଛି। ଆରଜେଡି ପୋଷ୍ଟରରେ ଲାଲୁଙ୍କ ବୋହୁ ଏବଂ ପୁଅ ତେଜପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଫଟୋ ଲଗାଯାଇଛି। ଏଥିରୁ ଖୁବଶୀଘ୍ର ଐଶ୍ୱର୍ଯ୍ୟ ରାଜନୀତିରେ ପ୍ରବେଶ କରିବେ ବୋଲି ଅନୁମାନ କରାଯାଉଛି। ପ୍ରକାଶ ଯେ ଲାଲୁଙ୍କ ଅନୁପସ୍ଥିତିରେ ଆରଜେଡି ନିଜର ୨୧ ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳନ କରିବ। ପ୍ରତିଷ୍ଠା ଦିବସ ଉପଲକ୍ଷେ ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀଙ୍କ ସରକାରୀ ବାସଭବନ ଆଗରେ କେତେକ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରରେ ପ୍ରଥମ ଥର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଫଟୋ ଲଗାଯାଇଛି। ଏଥିରୁ ଖୁବଶୀଘ୍ର ଐଶ୍ୱର୍ଯ୍ୟ ବିହାର ରାଜନୀତିରେ ପ୍ରବେଶ କରିିବେ ବୋଲି କୁହାଯାଉଛି। ଆରଜେଡି ପକ୍ଷରୁ ଏନେଇ କୌଣସି ବୟାନ ଜାରି ହୋଇନାହିଁ।