ବିବାହ ପାଇଁ ଛାଡ଼ିଥିଲେ ହିନ୍ଦୁ ଧର୍ମ: ଏବେ ଆମେରିକୀୟ ସୁପ୍ରିମ କୋର୍ଟର ବିଚାରପତି ଦୌଡ଼ରେ ସାମିଲ

0

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଜଜ୍‍ ଅମୁଲ ରୋଜର ଥାପର ଆମେରିକା ସୁପ୍ରିମ କୋର୍ଟ ବିଚାରପତି ହେବାର ସମ୍ଭାବନା ରହିଛି। ଆମେରିକାର ସୁପ୍ରିମକୋର୍ଟ ବିଚାରପତି ଏନ୍ଥନି କ୍ୟାନେଡ଼ିଙ୍କ ସ୍ଥାନରେ ଶ୍ରୀ ଥାପରଙ୍କୁ ନିଯୁକ୍ତ କରାଯିବାର ସମ୍ଭାବନା ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରୋକ୍ତ ପଦ ପାଇଁ ୨୫ଜଣଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ ଶ୍ରୀ ଥାପରଙ୍କ ନାମ ମଧ୍ୟ ରହିଥିବା ସୂଚନା ମିଳିଛି। ଗତ ସପ୍ତାହରେ ବିଚାରପତି କ୍ୟାନେଡ଼ି ତାଙ୍କ ଅବସର ସମ୍ପର୍କରେ ଘୋଷଣା କରିଥିଲେ। ଟ୍ରମ୍ପ ସୁପ୍ରିମ କୋର୍ଟ ପାଇଁ ନାମିତ କରାଯାଇ ଥିବା ୪ଜଣଙ୍କ ନାମ ସୁପାରିସ କରିଥିଲେ। ଏହି ୪ଜଣଙ୍କ ମଧ୍ୟରେ ଶ୍ରୀ ଥାପରଙ୍କ ନାମ ମଧ୍ୟ ରହିଥିବା ସ୍ପଷ୍ଟ ହୋଇଛି। ଶ୍ରୀ ଥାପରଙ୍କ ସମେତ ବ୍ରେଟ କାବାନା, ଏମି କୋନୀ ବେରଟ, ରୋମଣ୍ଡ କେଥଲେଜଙ୍କ ନାମ ମଧ୍ୟ ରହିଛି। ରାଷ୍ଟ୍ରପତି ଟ୍ରମ୍ପ ଆଉ ୨ରୁ ୩ଟି ବୈଠକ ପରେ ସୁପ୍ରିମ କୋର୍ଟ ବିଚାରପତି କିଏ ହେବ ତାହା ସ୍ଥିର କରିବେ ବୋଲି ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ୯ଜୁଲାଇ ସୁଦ୍ଧା ନବନିଯୁକ୍ତ ସୁପ୍ରିମ କୋର୍ଟ ବିଚାରପତି ମିଳିଯିବ ବୋଲି ସେ ସୂଚନା ଦେଇଛନ୍ତି। ନୋମିନେଟ ହେବା ପରେ ସୁପ୍ରିମ କୋର୍ଟ ସିନେଟ ଦ୍ୱାରା ଶ୍ରୀ ଥାପରଙ୍କ ନାମରେ ସହମତି ହେଲେ ଆମେରିକୀୟ ସଂସଦୀୟ ବେଞ୍ଚରେ ସାମିଲ ପ୍ରଥମ ଭାରତୀୟ ଭାବେ ସେ ରେକର୍ଡ଼ ସୃଷ୍ଟି କରିବେ। ଏମିତିରେ ମଧ୍ୟ ଶ୍ରୀ ଥାପରଙ୍କ ନାମରେ ଏକାଧିକ ରେକର୍ଡ଼ ରହିଛି। ୨୦୦୭ରେ ଜର୍ଜ ବୁସଙ୍କ ଦ୍ୱାରା କେଣ୍ଟକିର ଜିଲା ଜଜ୍‍ ଭାବେ ତାଙ୍କୁ ମନୋନୀତ କରାଯାଇ ଥିଲା। ସେତେବେଳେ ଦକ୍ଷିଣ-ଏସିୟ ନାଗରିକ ଭାବେ ସର୍ବପ୍ରଥମ ଫେଡ଼ରାଲ ଜିଲା ଜଜ୍‍ ଭାବେ ଶ୍ରୀ ଥାପର ରେକର୍ଡ଼ କରିଥିଲେ।
ବୃତ୍ତିଗତ ଜୀବନ ପରି ଶ୍ରୀ ଥାପରଙ୍କ ନିଜସ୍ୱ ଜୀବନ ମଧ୍ୟ ବେଶ୍‍ ଚିତାକର୍ଷକ ଅଟେ। ଆମେରିକାର ଏକ ଗଣମାଧ୍ୟମକୁ ତାଙ୍କ ପିତା ରାଜ ଥାପରଙ୍କ ଏକ ସାକ୍ଷାତକାର ଅନୁଯାୟୀ ସେମାନେ ଧାର୍ମିକ ଭାବେ ହିନ୍ଦୁ ହୋଇ ନଥିଲେ ମଧ୍ୟ ସାଂସ୍କୃତିକ ଭାବେ ହିନ୍ଦୁ ଅଟନ୍ତି। ଶୁଲେଟ ଥାପର ନାମକ ଜଣେ ମହିଳାଙ୍କୁ ବିବାହ କରିବାକୁ ଅମୁଲ ଥାପର କ୍ୟାଥେଲିକ ଖ୍ରୀଷ୍ଟ ଧର୍ମ ଆପଣେଇ ନେଇଥିଲେ। ଅମୁଲ ଥାପରଙ୍କଠାରୁ ଶୁଲେଟଙ୍କ ବୟସ ୪ବର୍ଷ ଅଧିକ ହୋଇଥିଲେ ମଧ୍ୟ ସେମାନଙ୍କ ୩ଟି ସନ୍ତାନ ଅଛି।

kalyan agarbati
Leave A Reply