www.samajalive.in
Friday, December 12, 2025
14.1 C
Bhubaneswar

ଧାର୍ମିକ ପର୍ବ ବକ୍ରିଦ୍ ର ମହତ୍ୱ

ସାରା ଦୁନିଆରେ ଇସଲାମ ଧର୍ମର ବିଶେଷ ପର୍ବ ଇଦ୍ –ଉଲ – ଅଜହା ପାଳନ କରାଯାଇଥାଏ। ଏହାକୁ ବକ୍ରିଦ୍ ମଧ୍ୟ କୁହାଯାଏ। କାରଣ ଏହି ଦିନ ମାନ୍ୟତା ଅନୁଯାୟୀ, ବକରି (ଛେଳି)ର ବଳି ଦିଆଯାଇଥାଏ। ବର୍ଷ ମଧ୍ୟରେ ଇସଲାମ ଧର୍ମରେ ୨ଟି ମୁଖ୍ୟ ପର୍ବ ପାଳନ ହୋଇଥାଏ। ଯାହା ସଭିଁଙ୍କ ମଧ୍ୟରେ ହର୍ଷଉଲ୍ଲାସ ଭରି ଦେଇଥାଏ।
ଇଦ୍ – ଉଲ- ଫିତ୍ର
ଆପଣ ଇଦ୍ – ଉଲ – ଅଜହା ବ୍ୟତୀତ ଇଦ୍ – ଉଲ- ଫିତ୍ର ବିଷୟରେ ମଧ୍ୟ ଶୁଣିଥିବେ। ଏହି ପର୍ବ ଇଦ୍ – ଉଲ – ଅଜହା ପୂର୍ବରୁ ପାଳନ କରାଯାଏ। ଯାହାକୁ ମିଠି ଇଦ ମଧ୍ୟ କୁହାଯାଏ।
ଏହି ଦୁଇ ପର୍ବ ମଧ୍ୟରେ ପ୍ରଭେଦ , ସମାନତା, ଏହା ପଛରେ ଥିବା କାହାଣୀ, କିପରି ପାଳନ କରାଯାଏ ଜାଣନ୍ତୁ….
ଇଦ୍ – ଉଲ – ଅଜହାର ମହତ୍ୱ –
ଇଦ୍ – ଉଲ – ଅଜହା ଅତ୍ୟଧିକ ଖୁସି, ବିଶେଷ ପ୍ରାର୍ଥନା ଓ ଅଭିବାଦନ ପାଳନ କରିବାର ପର୍ବ। ପ୍ରତ୍ୟେକ ମୁସଲିମ ଭାଇ ଏହି ଦିନ ପରସ୍ପରକୁ ଉପହାର ଦେଇଥାଆନ୍ତି ଓ ବେଶ ଜାକଜକମରେ ପାଳନ କରନ୍ତି।ଯେଭଳି ହିନ୍ଦୁମାନେ ଧୂମଧାମରେ ଦୀପାବଳୀ ପାଳନ କରନ୍ତି।
ଇଦ୍ – ଉଲ – ଫିତ୍ରର ମହତ୍ୱ-
ଏହି ପର୍ବରେ ଅଧିକ ସମୟରେ ରୋଜେ, ଅର୍ଥାତ ଉପବାସ ପରେ ପାଳନ ହୋଇଥାଏ। ଯାହାକୁ ରମଜାନର ମାସ ବୋଲି କୁହାଯାଏ। ଏହା ୨୯ ରୁ ୩୦ ଦିନ ହୋଇଥାଏ। ଯାହାପରେ ଅନ୍ତିମ ଦିନ ମିଠା ସିମେଇ ( ଲଛା) ପ୍ରସ୍ତୁତ କରି ବଣ୍ଟା ଯାଏ।
ମିଠି ଇଦ –
ଏହି ମିଠା ଦ୍ରବ୍ୟ ସେ ସଭିଁଙ୍କ ପାଇଁ ଉପହାର ସଦୃଶ ହୋଇଥାଏ, ଯେଉଁମାନେ ମାସ ଯାକ ଉପବାସ ରଖି ଅଲ୍ଲାଙ୍କୁ ଅର୍ଚ୍ଚନା କରିବା ସହ ଧର୍ମକୁ ସମ୍ମାନ ଜଣାନ୍ତି। ଅସହାୟଙ୍କୁ ଦାନ ମଧ୍ୟ କରାଯାଏ।
ସର୍ବପ୍ରଥମେ ମିଠା ଖାଆନ୍ତି –
ସର୍ବପ୍ରଥମେ ଏଥିରେ ମିଠା ଗ୍ରହଣ କରାଯାଇଥାଏ, ଯାହାଫଳରେ ଏହାକୁ ମିଠି ଇଦ ବୋଲି କୁହାଯାଏ।
୨ ମାସ ପରେ ଆସିଥାଏ ବକ୍ରିଦ୍ –
ମିଠି ଇଦ୍ ର ଠିକ ୨ ମାସ ପରେ ଆସିଥାଏ ବକ୍ରିଦ୍। ଏକ କାହାଣୀ ଓ ମାନ୍ୟତା ଅନୁଯାୟୀ ବଳି ଦେବାର ପରମ୍ପରା ରହିଛି।
ବଳିଦାନର ପ୍ରକୃତ ଅର୍ଥ –
ବଳିଦାନର ପ୍ରକୃତ ଅର୍ଥ ହେଉଛି, ଯାହା ଅନ୍ୟ ପାଇଁ ଦିଆଯାଏ।
ଏପରି ଜୀବଙ୍କର ଦିଆଯାଏ ନାହିଁ ବଳିଦାନ –
ବଳି ଦେବା ପାଇଁ ବିଶେଷ ଭାବେ ଜୀବଙ୍କର ଚୟନ କରାଯାଇଥାଏ। ଛେଳି ଅଥବା ଓଟର ବଳି ଦିଆଯାଏ। ଏଥିପାଇଁ ମଧ୍ୟ କିଛି ନିୟମ ରହିଛି। ଯାହାର ଉଲ୍ଲଂଙ୍ଘନ କରିବା ଅନୁଚିତ ବୋଲି କୁହାଯାଏ।
ଅତି ଛୋଟ ପଶୁଙ୍କର ବଳି ଦିଆଯାଏ ନାହିଁ। ଯେଉଁ ପଶୁଙ୍କର ଶରୀର ଅସୁସ୍ଥ ତାଙ୍କର ମଧ୍ୟ ବଳି ଦିଆଯାଏ ନାହିଁ। ଏହାସହ ପଶୁଟିକୁ ଏକ ବର୍ଷ କିମ୍ବା ଏକ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ।
କେଉଁ ସମୟରେ ଦିଆଯାଏ ବଳି –
ଏଥିପାଇଁ ମଧ୍ୟ ଏକ ମହତ୍ୱ ରହିଛି।ଏହି ବଳି ଇଦରେ ନମାଜ ପରେ ଦିଆଯାଏ। ଏହାପୂର୍ବରୁ ବଳି ଦେବାର କୌଣସି ଅର୍ଥ ନାହିଁ। ବଳି ଦେବା ପରେ ସେହି ମାଂସର ତିନି ଭାଗ ହୋଇଥାଏ। ଗୋଟିଏ ଭାଗ ନିଜ ପାଇଁ, ଅନ୍ୟଟି ଗରିବଙ୍କ ପାଇଁ, ୩ୟ ଭାଗ ବନ୍ଧୁପରିଜନଙ୍କ ପାଇଁ। ଏହାଛଡ଼ା ସମସ୍ତ ମାଂସ ଅସହାୟ କିମ୍ବା ଗରିବଙ୍କୁ ମଧ୍ୟ ବାଣ୍ଟି ଦେଇଥାଆନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories