କର୍ଣ୍ଣାଟକ କଂଗ୍ରେସରେ ପରିବର୍ତ୍ତନ : ଦୀନେଶ ଗୁଣ୍ଡୁରାଓ କେପିସିସି ଅଧ୍ୟକ୍ଷ

0

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାରରେ କ୍ଷମତା କନ୍ଦଳ ଲାଗି ରହିଥିବାବେଳେ ଗୁରୁବାର ଏଚ.ଡି କୁମାରସ୍ୱାମୀ ସରକାର ନିଜର ପ୍ରଥମ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ତା’ ପୂର୍ବରୁ ବୁଧବାର ଦୀନେଶ ଗୁଣ୍ଡୁରାଓଙ୍କୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ତାଙ୍କୁ କେପିସିସି ଅଧ୍ୟକ୍ଷ ଭାବେ ନିଯକ୍ତି ଦେଇଛନ୍ତି। ଅନ୍ୟ ପକ୍ଷରେ ଇଶ୍ୱର ଖଣ୍ଡରେଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।
ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଥିବା ଜି. ପରମେଶ୍ୱରଙ୍କ ସ୍ଥାନରେ ଦୀନେଶ ଗୁଣ୍ଡୁରାଓଙ୍କୁ କେପିସିସି ଭାବେ ନିଯୁକ୍ତି ଦିଆଯାଇଛି।  ପରମେଶ୍ୱର ଦୀର୍ଘ ୮ ବର୍ଷ ଧରି ସେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।
ଅନ୍ୟପକ୍ଷରେ  ଦୀନେଶ ଗୁଣ୍ଡୁରାଓ ବେଙ୍ଗାଲୁରୁର ଗାନ୍ଧିନଗର ବିଧାନସଭା ଆସନରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ଦକ୍ଷିଣ କର୍ଣ୍ଣାଟକର ପ୍ରଭାରୀ ତଥା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତେବେ ଏହି ପରିବର୍ତ୍ତନ ରାଜ୍ୟ ରାଜନୀତିରେ  କି ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ଜଣା ପଡିବ।

Leave A Reply