www.samajalive.in
Sunday, December 7, 2025
26.1 C
Bhubaneswar

ଗର୍ଭବତୀ ମହିଳା କରୋନା ସଂକ୍ରମିତ

ପିପିଲି : ପିପିଲି ବ୍ଲକ ଦୁର୍ଗାଦାଶପୁର ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୦ ବର୍ଷିୟା ଗର୍ଭବତୀ ମହିଳା କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ମହିଳା ଜଣଙ୍କ ୯ ମାସର ଗଭୟବତୀ ହୋଇଥିବା ଜଣାପଡିଛି। ଗତ ୨୩ ତାରିଖରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉକ୍ତ ମହିଳାଙ୍କ ସ୍ୱାବ୍‍ ସଂଗ୍ରହ କରାଯାଇଥିଲା। ରିପୋର୍ଟ ପଜେଟିଭ୍‍ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ପୁରୀର କୋଭିଡ୍‍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଆଜି ସ୍ଥାନୀୟ ସରପଞ୍ଚ ସମେତ ଅନ୍ୟାନ୍ୟ ଯୁବନେତାମାନେ ଉକ୍ତ ଅଞ୍ଚଳର ଅଧିବାସୀମାନଙ୍କୁ ଏସଂପର୍କରେ ସଚେତନ କରାଇବା ସହ ସରକାରଙ୍କ କୋଭିଡ-୧୯ ଗାଇଡ୍‍ଲାଇନ ଅନୁଯାଇ ସମସ୍ତେ ନିଜନିଜ ଘର ମଧ୍ୟରେ ରହି ସର୍ବଦା ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ୱ ରଖି ନିୟମିତ ହାତକୁ ସାବୁନ୍‍ରେ ପରିସ୍କାର ରଖିବାକୁ ଆଦି ପରାମର୍ଶ ଦେଇଛନ୍ତି। ଉକ୍ତ ଅଞ୍ଚଳକୁ ଖୁବ୍‍ ଶିଘ୍ର କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories