www.samajalive.in
Monday, December 8, 2025
14.1 C
Bhubaneswar

ଭିଡ଼ିଓ ଭାଇରାଲ: ଜଙ୍ଗଲ ରାଣୀର ଗର୍ଜନରେ ଡ଼ରିଗଲା ରାଜା

ସିଂହ ଓ ସିଂହୀ ଶିକାର କରୁଥିବା ଭିଡ଼ିଓ ସାଧାରଣତଃ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଥାଏ ।  ଯେଉଁ ରାସ୍ତା ଦେଇ ଜଙ୍ଗଲର ରାଜା ସିଂହ ବା ସିଂହୀ ବାହାରନ୍ତି ସେହି ରାସ୍ତାରେ ଅନ୍ୟ ଜୀବଜନ୍ତୁଙ୍କୁ ଦେଖିବାକୁ ମିଳେନାହିଁ । ମାତ୍ର ଏବେ ସୋସିଆଲ ମିଡ଼ିଆରେ ଗୋଟିଏ ସିଂହ ଓ ସିଂହୀଙ୍କ ଏପରି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଦେଖି କେହି ବି ବିସ୍ମିତ ହୋଇ ପାରନ୍ତି । ଭିଡ଼ିଓଟିରେ ସିଂହ ଓ ସିଂହୀ ନିଜ ନିଜ ମଧ୍ୟରେ ଲଢ଼େଇ କରୁଥିବା ଓ ଗର୍ଜନ କରୁଥିବା, ପରସ୍ପରକୁ ପଞ୍ଝା ମାରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ମାତ୍ର ଭିଡ଼ିଓର ସବୁଠାରୁ ବିସ୍ମିତ କରିଦେବା ଦୃଶ୍ୟଟି ହେଉଛି ଜଙ୍ଗଲର ରାଣୀ ସିଂହୀ ଏପରି ଗର୍ଜନ କରୁଛି ଯେ ରାଜା ସିଂହ ଡ଼ରରେ ଦୂରକୁ ଚାଲି ଯାଉଛି । ୱାଇଲ୍ଡ଼ ଇଣ୍ଡିଆ ଟ୍ବିଟର ଆକାଉଣ୍ଟରେ ଏହି ଭିଡ଼ିଓ ସେୟାର ହୋଇଛି ଏବଂ ଏହା ଗୁଜରାଟର ଗିର ଜଙ୍ଗଲର ବୋଲି ଏଥିରେ ଉଲ୍ଲେଖ ଅଛି ।

- Advertisement -

ୱାଇଲ୍ଡ଼ ଇଣ୍ଡିଆ ଏହି ଭିଡ଼ିଓ ସେୟାର କରିଛି ଏବଂ ଏଥିରେ ଲେଖାଯାଇଛି ଗିର୍ ଜଙ୍ଗଲରେ ଉଠାଯାଇଥିବା ଭିଡ଼ିଓ, ହେଡ଼ଫୋନ ଲଗାଇ ଶୁଣନ୍ତୁ । ଏହି ଭିଡ଼ିଓରେ ଏକ ସଫାରୀ ଜିପ୍ ଦୂରରେ ଠିଆ ହୋଇଥିବା ଦେଖାଯାଉଛି, ଯେଉଁଥିରେ ପର୍ଯ୍ୟଟକମାନେ ବସିଛନ୍ତି ।

ଜଙ୍ଗଲରେ କାହାର ଚାଲେ ରାଜୁତି: ସିଂହ ନା ସିଂହୀ?

ଏହି ଭିଡ଼ିଓ ଜୁଲାଇ ୨୬ ତାରିଖରେ ସେୟାର କରାଯାଇଛି । ଏହାକୁ ଏ ପର୍ଯ୍ୟନ୍ତ ଲକ୍ଷଲକ୍ଷ ଲୋକ ଦେଖି ସାରିଛନ୍ତି । ଲାଇକ୍ ଓ ରି ଟ୍ବିଟ୍ କରିଛନ୍ତି । ଏହି ଭିଡ଼ିଓକୁ ସେୟାର କରିଥିବା ଇଣ୍ଡିଆନ ଫରେଷ୍ଟ ଅଫିସର ପ୍ରବୀଣ କାସୱାନ ଲେଖିଛନ୍ତି – ଆପଣ ଜଙ୍ଗଲର ରାଜା ହୋଇ ପାରନ୍ତି, ମାତ୍ର ଏହା କିଛି ଫରକ ପକାଇ ପାରିବ ନାହିଁ, କାରଣ କେବଳ ରାଣୀଙ୍କର ହିଁ ଶାସନ ଚାଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories