ବୁଧବାର ଦିନ ଏହି ଉପାୟରେ ଗଣେଶଙ୍କୁ ପୂଜା କରନ୍ତୁ

0

ପ୍ରତ୍ୟେକ ବୁଧବାର ଦିନ ଗଣେଶ ଭଗବାନଙ୍କୁ ପୂଜା କରିବା ଅତ୍ୟନ୍ତ ମଙ୍ଗଳକାରୀ ଅଟେ। ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ବିଦ୍ୟା ଲାଭ ହୋଇଥାଏ। ଘରେ ଖୁସିର ବାତାବରଣ ସୃଷ୍ଟି ହୋଇଥାଏ। ଗଣେଶଙ୍କ ପୂଜା ପାଇଁ ବୁଧବାର ଦିନଟି ଅତ୍ୟନ୍ତ ବିଶେଷ ଅଟେ। ଏହିଦିନ ବୁଧ ଗ୍ରହ ଶାନ୍ତି ପାଇଁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଜନ୍ମ କୁଣ୍ଡଳୀରେ ବୁଧ ଗ୍ରହ ଅଶୁଭ ସ୍ଥିତିରେ ଥିବେ ବୁଧବାର ଦିନ ପୂଜା କରିବା ଦ୍ୱାରା ଗ୍ରହ ଦୋଷ ଦୁର ହୋଇଥାଏ। ବୁଧବାର ଦିନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଶନି ଗ୍ରହ ଦୋଷ ମଧ୍ୟ ଦୁର ହୋଇଥାଏ।


ବୁଧବାର ଦିନ ଗଣେଶଙ୍କ ଉପାସନା କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସୁଖ ଶାନ୍ତି ବଜାୟ ରହିବା ସହ ସୌଭାଗ୍ୟ ମଧ୍ୟ ବଢିଥାଏ। ଜୀବନରେ ଅନେକ ସଙ୍କଟ ଦୂର ହୋଇଯାଏ। ବୁଧବାର ଦିନ ପାଞ୍ଚଟି ଉପାୟରେ ଗଣେଶଙ୍କୁ ପୂଜା କରିବାର ନିୟମ ରହିଛି।
ପ୍ରଥମ ଉପାୟ: ସର୍ବପ୍ରଥମେ ସକାଳୁ ଗଣେଶଙ୍କର ଯେକୌଣସି ଧାତୁର ପ୍ରତିମା ଆଣନ୍ତୁ। ତାପରେ ପ୍ରତିମାକୁ ଭଲ ଭାବରେ ସଫା କରି ପୂଜା ସ୍ଥାନରେ ପୂର୍ବ କିମ୍ବା ଉତ୍ତର ଦିଗରେ ସ୍ଥାପନ କରନ୍ତୁ। ଭଗବାନ ଗଣେଶଙ୍କ ପ୍ରତିମାକୁ ଲାଲ ରଙ୍ଗର ଆସନରେ ସ୍ଥାପିତ କରନ୍ତୁ।
ଦ୍ୱିତୀୟ ଉପାୟ: ଭଗବାନ ଗଣେଶଙ୍କୁ ସମ୍ମୁଖରେ ମୁହଁ କରି ବସି ଶ୍ରଦ୍ଧା ପୂର୍ବକ ତାଙ୍କୁ ଫୁଲ, ଧୂପ,ଘିଅ,ଦୀପ,କର୍ପୂର,ଲାଲ ଚନ୍ଦ ଓ ଲଡୁ ଭୋଗ କରନ୍ତୁ।

prayash


ତୃତୀୟ ଉପାୟ: ଗଣେଶ ଭଗବାନଙ୍କୁ କେବେ ବି ତୁଳସୀ ସମର୍ପଣ କରନ୍ତୁ ନାହିଁ। ସଫା ସ୍ଥାନରୁ ଦୁବ ଘାସ ଆଣି ଧୋଇ ଚଢାନ୍ତୁ। ଲାଲ ରଙ୍ଗର ଫୁଲ ଓ ପାନ ପତ୍ର ଅର୍ପଣ କରନ୍ତୁ।
ଚତୁର୍ଥ ଉପାୟ: ଗଣେଶଙ୍କୁ ପୂଜା କରିବା ସମୟରେ ନିଷ୍ଠାର ସହ ପୂଜା କରନ୍ତୁ। ପୂଜା ସମୟରେ ପଞ୍ଚାମୃତ ଅର୍ପଣ କରନ୍ତୁ। ଶାନ୍ତ ମନରେ ଆଳତି କରନ୍ତୁ।


ପଞ୍ଚମ ଉପାୟ: ଶେଷରେ ଶ୍ରୀ ଗଣେଶଙ୍କର ସ୍ମରଣ କରି ‘ଓଁ ଗଂ ଗଣପତୟେ ନମଃ’ ମନ୍ତ୍ରକୁ ୧୦୮ଥର ଜାପ କରନ୍ତୁ। ପ୍ରତି ବୁଧବାର ଦିନ ଏହି ପାଞ୍ଚଟି ଉପାୟରେ ପୂଜା କରିବା ଦ୍ୱାରା ବ୍ୟକ୍ତି ଜୀବନରେ ଶୁଭ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ।

kalyan agarbati
Leave A Reply