www.samajalive.in
Monday, December 15, 2025
14.1 C
Bhubaneswar

କୋଭିଡ୍-୧୯ ତଥ୍ୟ ପ୍ରଦାନରେ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ବର : କୋଭିଡ୍-୧୯ ତଥ୍ୟ ରିପୋର୍ଟିଂରେ ଦେଶର ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା। ଆମେରିକା ସ୍ଥିତ ଷ୍ଟାନଫର୍ଡ ୟୁନିଭର୍ସିଟି ଆଣ୍ଡ ଟେକ୍ ଇଣ୍ଡଷ୍ଟ୍ରି ଏବଂ ସ୍ବିଜର୍‌ଲ୍ୟାଣ୍ଡ ସ୍ଥିତ ଏରୋସୋଲ୍ ଇଣ୍ଡଷ୍ଟ୍ରି ପକ୍ଷରୁ ପ୍ରକାଶିତ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି ଯେ କର୍ଣ୍ଣାଟକ (୦.୬୧), କେରଳ (୦.୫୨) ପରେ ଓଡ଼ିଶା (୦.୫୧) ତୃତୀୟ ସ୍ଥାନ​‌ରେ ରହିଛି। କୋଭିଡ୍ ତଥ୍ୟର ଉପଲବ୍ଧତା, ସୁଗମ୍ୟତା, ପଠନୀୟ ଓ ଗୋପନୀୟତା ଭଳି ଚାରିଟି ମାନକ ଆଧାରରେ ଏହି ଅଧ୍ୟୟନ କରାଯାଇଥିଲା।

ରିପୋର୍ଟରେ କୁହାଯାଇଛି ଯେ କୋଭିଡ୍-୧୯ ସମ୍ପର୍କିତ ସୂଚନା ପ୍ରଦାନ ପାଇଁ ଦେଶର କିଛି ବଛା ବଛା ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। କୋଭିଡ୍ ସମ୍ପର୍କିତ ସର୍ବାଧିକ ସୂଚନା ସଂଗ୍ରହ ଓ ପ୍ରଦାନ, ଉନ୍ନତ ଦୃଶ୍ୟଯୋଗ୍ୟ ତଥ୍ୟ, ସଠିକ୍ ତଥ୍ୟ ଓ ଆକ୍ରାନ୍ତଙ୍କ ତଥ୍ୟ ଗୋପନୀୟତା ଆଦି କ୍ଷେତ୍ରରେ ଓଡ଼ିଶା ବେଶ୍ ଭଲ ପ୍ରଦର୍ଶନ କରିଛି। ସଠିକ୍ କୋଭିଡ୍ ରିପୋର୍ଟିଂ ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ଓଡ଼ିଶା ସରକାର ତଥ୍ୟ ଆଧାରିତ ନିଷ୍ପତ୍ତି ନେବାରେ ସକ୍ଷମ ହୋଇଛନ୍ତି।

- Advertisement -

ଏଥିସହ ଜନସାଧାରଣ ଓ ବେସରକାରୀ ଅନୁଷ୍ଠାନ କୋଭିଡ୍-୧୯ ମହାମାରୀ ସମ୍ପର୍କିତ ସଠିକ୍ ତଥ୍ୟ ପାଇପାରିଛନ୍ତି। ଜନସାଧାରଣ ନିଜ ଜିଲା କିମ୍ବା ବ୍ଲକ୍‌ରେ ମହାମାରୀ ସଂକ୍ରମଣ ସ୍ଥିତିକୁ ନେଇ ସଚେତନ ହୋଇପାରିଛନ୍ତି। ଏଥିରେ କୁହାଯାଇଛି ଯେ ପ୍ରାରମ୍ଭରୁ ହିଁ ଓଡ଼ିଶା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଉପ-ଜାତୀୟ ରିପୋର୍ଟିଂ ନିୟମର ଅନୁପାଳନ କରିଆସିଛି। ଫଳ ସ୍ବରୂପ ଓଡ଼ିଶା ସରକାରଙ୍କ ସହିତ ଭାରତ ସରକାର ମଧ୍ୟ ଜନସ୍ବାସ୍ଥ୍ୟ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେଇପାରୁଛନ୍ତି। ଯେତେବେଳେ ସମଗ୍ର ଦେଶ କୋଭିଡ୍-୧୯କୁ ନେଇ ସଂଘର୍ଷ କରୁଛି ସେଭଳି ସମୟରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛି। ସ୍ବାସ୍ଥ୍ୟ ସେବା ବୃଦ୍ଧି, ସାମାଜିକ ସୁରକ୍ଷା, ଆର୍ଥିକ ସହାୟତା, କୋଭିଡ୍ ଯୋଦ୍ଧାଙ୍କ ସୁରକ୍ଷା ଓ ତଥ୍ୟ ପ୍ରଦାନରେ ପାରଦର୍ଶିତା ରକ୍ଷା କରିବାରେ ଓଡ଼ିଶା ସରକାର ସଫଳତା ପାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories