www.samajalive.in
Monday, December 15, 2025
14.1 C
Bhubaneswar

ଆଇସିସି ସଭାପତି ହେବା ପାଇଁ ଗାଙ୍ଗୁଲି ଯୋଗ୍ୟ: ସାଙ୍ଗାକାରା

କଲମ୍ବୋ : ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଆନ୍ତର୍ଜାତିକ କ୍ରିକେଟ୍‍ ପରିଷଦ (ଆଇସିସି)ର ସଭାପତି ହେବା ପାଇଁ ଯୋଗ୍ୟ। ଏଥିପାଇଁ ଗାଙ୍ଗୁଲିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରା। କାରଣ ଗାଙ୍ଗୁଲି ସର୍ବଦା କ୍ରିକେଟ୍‍ର ଉନ୍ନତି ପାଇଁ ଚେଷ୍ଟା କରିଥାଆନ୍ତି। ସୂଚନାଯୋଗ୍ୟ; ଭାରତର ଶଶାଙ୍କ ମନୋହର ଆଇସିସିର ସଭାପତି ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଗାଙ୍ଗୁଲି ବିସିସିଆଇ ସଭାପତି ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଜୋରସୋର୍‍ରେ ଚର୍ଚ୍ଚା ଚାଲିଛି। ପୁଣି କ୍ରିକେଟ୍‍ ସାଉଥ୍‍ ଆଫ୍ରିକା (ସିଏସ୍‍ଏ)ର ଗ୍ରାଏମ୍‍ ସ୍ମିଥ୍‍ ମଧ୍ୟ ଆଇସିସି ସଭାପତି ହେବା ପାଇଁ ଗାଙ୍ଗୁଲିଙ୍କୁ ସମର୍ଥନ ଦେବା ପରେ ଏହି ଦୌଡ଼ରେ ପ୍ରିନ୍‍ସ ଅଫ୍‍ କଲକାତା ସବୁଠାରୁ ଆଗରେ ଅଛନ୍ତି।

ଏକ ଭାରତୀୟ ଗଣମାଧ୍ୟମକୁ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗାକାରା କହିଛନ୍ତି, ମୁଁ ଭାବୁଛି ସୌରଭ ଆଇସିସିରେ ପରିବର୍ତ୍ତନ ଆଣିପାରିବେ। କ୍ରିକେଟର ଭାବେ ତାଙ୍କ କୃତିତ୍ୱ ପାଇଁ ନୁହେଁ; କ୍ରିକେଟ୍‍ର ତୀକ୍ଷ୍‍ଣ ଜ୍ଞାନ ଓ ଚତୁର ମସ୍ତିଷ୍କ ପାଇଁ ମୁଁ ଦାଦା (ଗାଙ୍ଗୁଲି)ଙ୍କର ଜଣେ ପ୍ରଶଂସକ। ସେ ହୃଦୟରେ କ୍ରିକେଟ୍‍ର ଉନ୍ନତି ଚାହାଁନ୍ତି। ବିସିସିଆଇ ହେଉ ବା ଶ୍ରୀଲଙ୍କା, ଇଂଲଣ୍ଡ କିମ୍ବା ଆଇସିସି; ଯାହାର ସଭାପତି ହେଲେ ମଧ୍ୟ ଦାଦାଙ୍କର ଏହି ଗୁଣରେ ପରିବର୍ତ୍ତନ ହେବନାହିଁ। ଆନ୍ତର୍ଜାତିକ ସ୍ତରରେ କ୍ରିକେଟ୍‍ର ଉନ୍ନତି ପାଇଁ ଆଇସିିସି ସଭାପତି କାମ କରିଥାଆନ୍ତି। ସେ କେଉଁ ଦେଶରୁ ଆସିଛନ୍ତି; ତାହା ସେ ଭାବି ନଥାଆନ୍ତି। ଗାଙ୍ଗୁଲି ଏପରି ଜଣେ ବ୍ୟକ୍ତି; ଯିଏ ଭାବିଥାଆନ୍ତି- ମୁଁ ଜଣେ କ୍ରିକେଟର ଏବଂ କ୍ରିକେଟ୍‍ ଖେଳୁଥିବା ସମସ୍ତ ଦେଶରେ ଏହି ଖେଳର ଉନ୍ନତି ପାଇଁ କାମ କରିବି। ମୁଁ ଭାବୁଛି ଯେ ସାରାବିଶ୍ୱରେ ଛୋଟପିଲା, ପ୍ରଶଂସକ ଓ ଦର୍ଶକ ହେଉଛନ୍ତି କ୍ରିକେଟ୍‍ର ମୂଳଦୁଆ। ସୌରଭ କ୍ରିକେଟ୍‍ର ଉନ୍ନତି ପାଇଁ ନିଶ୍ଚୟ କାମକରିବେ ବୋଲି ମୁଁ ଦୃଢ଼ନିଶ୍ଚିତ। ବିସିସିଆଇର ସଭାପତି ହେବା ପୂର୍ବରୁ ମୁଁ ସୌରଭଙ୍କ କାମଦେଖିଛି। ସେ କ୍ରିକେଟ୍‍ ପ୍ରଶାସନକୁ ଆସିବା ପୂର୍ବରୁ ସାରାବିଶ୍ୱର ଖେଳାଳିଙ୍କ ସହ ଉତ୍ତମ ସମ୍ପର୍କ ରଖିଥିଲେ। ଏମ୍‍ସିସିର କ୍ରିକେଟ୍‍ କମିଟିରେ ସୌରଭଙ୍କ କାମ ଦେଖିଛି। ମୁଁ ଭାବୁଛି ଆଇସିସି ସଭାପତି ହେବା ପାଇଁ ସୌରଭ ଯୋଗ୍ୟ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories