www.samajalive.in
Sunday, December 14, 2025
16.1 C
Bhubaneswar

ରୋଗୀକୁ ବଞ୍ଚାଇବା ପାଇଁ ଜୀବନ ବାଜିରେ ଲଗାଇଲେ ଡାକ୍ତର, ଗର୍ଭବତୀ ପତ୍ନୀ ଓ ଶିଶୁପୁତ୍ର ସହ କରୋନା ସଂକ୍ରମିତ

ନୂଆଦିଲ୍ଲୀ :  କରୋନା ସଂକ୍ରମଣକୁ ନେଇ ଲୋକେ ଭୟବୀତ ଥିବାବେଳେ ଜଣେ ଡାକ୍ତର ରୋଗୀକୁନ ବଞ୍ଚାଇବାକୁ ଯାଇ ନିଜ ସହ ପରିବାର ଲୋକଙ୍କ ଜୀବନକୁ ବିପଦରେ ପକାଇ ଦେଇଛନ୍ତି। ଶାରଦା ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସ୍କୁଲର ସର୍ଜରୀ ବିଭାଗର ମୁଖ୍ୟ ଡକ୍ଟର ବିକ୍ରମ ସିଂ ଚୌହାନ ଜରୁରୀକାଳୀନ ଅସ୍ତ୍ରୋପଚାର ସମୟରେ ନିଜେ କରୋନ ସଂକ୍ରମିତ ହୋଇଥିଲେ ଏବଂ ପରେ ତାଙ୍କ ଦ୍ବାରା ୯ ମାସର ଗର୍ଭବତୀ ପତ୍ନୀ ଏବଂ ୭ ବର୍ଷର ପୁଅ ସଂକ୍ରମିତ ହୋଇଥିଲେ।

ନଲେଜ୍ ପାର୍କରେ ଅବସ୍ଥିତ ଶାରଦା ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଏବଂ ରିସର୍ଚ୍ଚ ବିଭାଗର ସର୍ଜରୀ ବିଭାଗର ଦାୟିତ୍ୱରେ ଥିବା ଡକ୍ଟର ବିକ୍ରମ ସିଂ ଚୌହାନ ମେଡିକାଲ କଲେଜ ପରିସରରେ ରୁହନ୍ତି। ପ୍ରାୟ ୧୦ ଦିନ ପୂର୍ବେ ହସ୍ପିଟାଲକୁ  ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଅଣାଯାଇଥିଲା। ରୋଗୀଙ୍କ ଅବସ୍ଥା ବହୁତ ଗୁରୁତର ଥିଲା। ହସ୍ପିଟାଲ ଅଧ୍ୟକ୍ଷଙ୍କ ନିର୍ଦେଶ ସତ୍ତ୍ବେ ମଧ୍ୟ ସେ ପିପିଏ କିଟ୍ ପିନ୍ଧିବାକୁ ଅପେକ୍ଷା ନ କରି ରୋଗୀର ଜୀବନ ବଞ୍ଚାଇବା ପାଇଁ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। କିନ୍ତୁ ହସ୍ପିଟାଲରେ ଉପସ୍ଥିତ ଅନ୍ୟ ଜୁନିଅର ଡାକ୍ତରମାନେ ପିପିଏ କିଟ୍ ପିନ୍ଧି ପହଞ୍ଚିଥିଲେ। ଅସ୍ତ୍ରୋପଚାର କରି ରୋଗୀର ଜୀବନ ବଞ୍ଚାଇବା ପରେ ରୋଗୀର ପରୀକ୍ଷା ରିପୋର୍ଟରୁ ଜଣାପଡିଲା ଯେ ସେ କରୋନା ପଜିଟିଭ୍। ଏହା ପରେ ସେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ସେ ନିଜେ ସଂକ୍ରମିତ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ। କେବଳ ସେତିକି ନୁହେଁ ତାଙ୍କ ସଂସ୍ପର୍ଶରେ ଆସି ୯ ମାସର ଗର୍ଭବତୀ ପତ୍ନୀ ଓ ୭ ବର୍ଷର ପୁଅ ମଧ୍ୟ କରୋନା ସଂକ୍ରମିତ ହୋଇ ସାରିଥିଲେ। ଏବେ ଏମାନେ ଶାରଦା ହସ୍ପିଟାଲର କୋଭିଡ ବିଭାଗରେ ଚିକିତ୍ସାଧୀନ ରହିଛନ୍ତି। ସେହି ଅସ୍ତ୍ରୋପଚାରର ଦୁଇ ଦିନ ପରେ ତାଙ୍କ ପତ୍ନୀ ନବଜାତ ପୁତ୍ରକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁଟି କୋଭିଡ-୧୯ ସଂକ୍ରମିତ ହୋଇଛି କି ନାହିଁ, ତାହା ଏପଯୟ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ ନବଜାତ ଶିଶୁଟି ହସ୍ପିଟାଲର NICU ୟୁନିଟରେ ରହି ନିଜ ପିତାମାତାଙ୍କୁ ଅପେକ୍ଷା କରିଛି ଯେ, କେବେ ସେମାନେ ସୁସ୍ଥ ହୋଇ ଆସି ତାକୁ ଘରକୁ ନେଇଯିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories