www.samajalive.in
Saturday, December 6, 2025
16.1 C
Bhubaneswar

ଉତ୍ତର କୋରିଆରେ ପ୍ରବେଶ କଲା କରୋନା, ଚିହ୍ନଟ ହେଲା ପ୍ରଥମ ମାମଲା

ଉତ୍ତର କୋରିଆ : ଉତ୍ତର କୋରିଆରେ କରୋନା ଭୂତାଣୁ ବା କୋଭିଡ -୧୯ର ପ୍ରଥମ ମାମଲା ଦେଖିବାକୁ ମିଳିଛି । କରୋନାର ପ୍ରଥମ ମାମଲା ଚିହ୍ନଟ ପରେ କିମ ଜୋଙ୍ଗ-ଉନ୍ ପ୍ରଶାସନ ସୀମାରେ ଥିବା କେସୋଙ୍ଗକୁ ଲକଡାଉନ ଘଷଣା କରିଛନ୍ତି । କରୋନା ଆକ୍ରାନ୍ତ ଜଣଙ୍କ ତିନି ବର୍ଷ ପୂର୍ବେ ଦକ୍ଷିଣ କୋରିଆ ଯାଇଥିଲେ, ବର୍ତ୍ତମାନ ସେ ବେଆଇନ ଭାବେ ଏଠାକୁ ଆସିଛନ୍ତି ବୋଲି କିମ ଜୋଙ୍ଗ କହିଛନ୍ତି ।

କରୋନା ଭୂତାଣୁ କୋରିଆରେ ପ୍ରବେଶ କରିସାରିଛି ।  ଯଦି ଏହି ବ୍ୟକ୍ତିଙ୍କୁ ଆନୁଷ୍ଠାନିକ ଭାବରେ କରୋନା ରୋଗୀ ଘୋଷିତ କରାଯାଏ, ତେବେ ସେ ଉତ୍ତର କୋରିଆରେ ପ୍ରଥମ କରୋନା ରୋଗୀ ହେବେ । ଉତ୍ତର କୋରିଆ କ୍ରମାଗତ ଭାବରେ କହି ଆସୁଛି ଯେ, ତାଙ୍କ ଦେଶରେ କରୋନା ମାମଲା ନାହିଁ । କିନ୍ତୁ ଉତ୍ତର କୋରିଆର ଏହି ଦାବି ଉପରେ ବାହ୍ୟ ବାରମ୍ବାର ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତି ।

- Advertisement -

କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ସୂଚନା ମୁତାବକ, ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଜଣେ ପଳାତକ ଯିଏ କି  ଦକ୍ଷିଣ କୋରିଆକୁ ପଳାଇଥିଲା ଏବଂ ଗତ ସପ୍ତାହରେ ବେଆଇନ ଭାବେ ଉତ୍ତର କୋରିଆ ସୀମାରେ ପ୍ରବେଶ କରିଛି। ତାଙ୍କର ଲକ୍ଷ୍ୟଣରୁ ଜଣାପଡିଛି ଯେ ଉକ୍ତ ବ୍ୟକ୍ତି ଜଣଙ୍କ କରୋନା ସଂକ୍ରମିତ । ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି।

ଉତ୍ତର କୋରିଆ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରାୟ ସମସ୍ତ ସୀମାଠାରୁ ଆସିବା ବନ୍ଦ କରି ଦେଇଥିଲା । ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ବାରଣ କରାଯାଇଥିଲା ଏବଂ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରଖିବାସହ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories