ଭିଏନ୍ନା ଆଣବିକ ସମ୍ମିଳନୀରେ ଯୋଗଦେବ ଇରାନ୍
ତେହରାନ୍ : ଆସନ୍ତା ଶୁକ୍ରବାର ଅଷ୍ଟ୍ରିଆ ରାଜଧାନୀ ଭିଏନ୍ନାଠାରେ ଅନୁଷ୍ଠିତ ହେବାକୁ ଥିବା ଆଣବିକ ରାଜିିନାମା ସମ୍ପର୍କିତ ସମ୍ମିଳନୀରେ ଇରାନ୍ ଅଂଶଗ୍ରହଣ କରିବ। ଏହି ସମ୍ମିଳନୀରେ ଆମେରିକା ଅଂଶଗ୍ରହଣ କରିବ ନାହିଁ ଏବଂ ରାଜିନାମାରୁ ଓହରି ଯିବା ନେଇ ଦୁଇ ମାସ ପୂର୍ବରୁ ଘୋଷଣା କରିଥିଲାବେଳେ ରୁଷିଆ, ବ୍ରିଟେନ୍, ଚୀନ୍, ଫ୍ରାନ୍ସ ଓ ଜର୍ମାନୀ ଅଂଶଗ୍ରହଣ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଇରାନ୍ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭଦ ଜାରିଫ କହିଛନ୍ତି ଯେ ସମ୍ମିଳନୀରେ ଏହି ବିଶ୍ୱଶକ୍ତିମାନଙ୍କର ବୈଦେଶିକ ମନ୍ତ୍ରୀ ଓ ପ୍ରମୁଖ କୂଟନୀତିଜ୍ଞମାନେ ଯୋଗଦେବେ। ଆମେରିକା ଏହି ରାଜିନାମାରୁ ଓହରିଯିବା ପରେ ପ୍ରଥମ ଥର ପାଇଁ ସମ୍ମିଳନୀ ଅନୁଷ୍ଠିତ ହେଉଛି। ସୂଚନାଯୋଗ୍ୟ ଯେ ୨୦୧୫ରେ ଇରାନ୍ ଓ ଉପରୋକ୍ତ ୫ ବିଶ୍ୱଶକ୍ତି ଏହି ରାଜିନାମାରେ ଅଂଶୀଦାର ହୋଇଥିଲେ।