ଅମିତ୍‍ ଶାହାଙ୍କ ବିରୋଧରେ ମାମଲା

0

ନୂଆଦିଲ୍ଲୀ : କଂଗ୍ରେସ ଛାତ୍ର ସଂଗଠନ ପକ୍ଷରୁ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଶାହା ନିଜ କ୍ଷମତାର ଅନୁଚିତ୍‍ ଉପଯୋଗ ପୂର୍ବକ ଆଇନ ବ୍ୟବସ୍ଥାକୁ ପରିବର୍ତ୍ତନ କରିଥିବା ଦର୍ଶାଇ ଭାରତୀୟ ଜାତୀୟ ଛାତ୍ର ସଂଗଠନ (ଏନ୍‍ଏସ୍‍ୟୁଆଇ) ପକ୍ଷରୁ ୨୮ଟି ରାଜ୍ୟର ୧୦୦ଟି ଜିଲାରେ ଅଭିଯୋଗ କରାଯାଇଛି ବୋଲି ଏହାର ପ୍ରଭାରୀ ତଥା ସର୍ବଭାରତୀୟ କଂଗ୍ରେସ କମିଟିର ଯୁଗ୍ମ ସାଧାରଣ ସମ୍ପାଦକ ରୁଚି ଗୁପ୍ତା କହିଛନ୍ତି। ଗୁପ୍ତା ନିଜେ ପାର୍ଲାମେଣ୍ଟ ଷ୍ଟ୍ରିଟ୍‍ଥାନାରେ ଏନ୍‍ଏସ୍‍ୟୁଆଇର ଜଣେ କର୍ମୀଙ୍କ ସହିତ ପହଞ୍ଚି ଏହି ଅଭିଯୋଗ କରିଛନ୍ତି। ଶାହା ଶାସକ ଦଳର ମୁଖ୍ୟ ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏଣୁ ଆଗାମୀ ଦିନରେ ଛାତ୍ର ସଂଗଠନ ପକ୍ଷରୁ ଶାହା ବିରୋଧୀ ସ୍ୱର ଜୋରଦାର କରାଯିବ ବୋଲି ସେ କହିଛନ୍ତି।

kalyan agarbati
Leave A Reply