www.samajalive.in
Monday, December 15, 2025
15.1 C
Bhubaneswar

ଅନ୍‌ଲାଇନ୍‌ ପାଠପଢ଼ା ବ୍ୟବସ୍ଥାର ବିକଳଚିତ୍ର : ଗଛ ଡାଳରେ ବିଦ୍ୟାର୍ଥୀ

ପଟାଙ୍ଗି :  ସରକାରଙ୍କ ଅନ୍‌ଲାଇନ୍‌ ପାଠପଢ଼ା ବ୍ୟବସ୍ଥାର ବିକୃତ ରୂପ ଉପାନ୍ତ ଓ ଅବହେଳିତ ଅଞ୍ଚଳରେ ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟାଙ୍ଗି ବ୍ଲକରେ ଏଭଳି ଅନେକ ଗାଁ ରହିଛି ଯେଉଁଠି ନେଟୱର୍କ ନାହିଁ। ନେଟୱର୍କ ପାଇବା ପାଇଁ ଲୋକଙ୍କୁ ଗାଁ ଛାଡ଼ି ବାହାରକୁ ଯିବାକୁ ପଡ଼େ। ଅନେକ ଗାଁ ମୁଣ୍ଡ ଗଛରେ ଚଢ଼ି ହିଁ କଥାବାର୍ତ୍ତା କରନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ଅନଲାଇନ ପାଠପଢ଼ା ବ୍ୟବସ୍ଥା ଲାଗୁ ହେବା ପରେ ଦୁର୍ଗମ ଅଞ୍ଚଳର ପିଲାମାନେ ମଧ୍ୟ ନେଟୱର୍କ ପାଇଁ ଗଛ ଡାଳରେ ବସି ପାଠ ପଢ଼ିବା ଦୃଶ୍ୟ ପାଠପଢ଼ାର ବିକଳ ଚିତ୍ରକୁ ପଦାରେ ପକାଇଛି। ଅନଲାଇନ ପାଠପଢ଼ା ଅନେକାଂଶରେ ବିଫଳ ହୋଇଥିବାବେଳେ ଯେଉଁ କିଛି ମେଧାବୀ ଓ ଆଗ୍ରହୀ ପିଲା ଅଛନ୍ତି ସେମାନଙ୍କୁ ଏଭଳି ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହେବାକୁ ପଡ଼ୁଛି। କିଏ ଗଛ ମୂଳେ ତ କିଏ ନଦୀ କୂଳେ ମୋବାଇଲଟିଏ ଧରି ପାଠ ପଢ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ପଟାଙ୍ଗି ବ୍ଲକର ୧୪ଟି ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ପଟାଙ୍ଗି ସଦର ମହକୁମାକୁ ଛାଡ଼ିଦେଲେ ବ୍ଲକ ଅନ୍ୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଅନଲାଇନରେ ଅଧ୍ୟୟନ ସମ୍ଭବପର ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ବ୍ଲକର ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ସଦର ମହକୁମାରେ ବସବାସ କରୁଥିବା ଛାତ୍ରଛାତ୍ରୀ ହିଁ ଅନଲାଇନ ପାଠପଢ଼ା ସୁବିଧା ପାଇପାରୁଛନ୍ତି। ଗ୍ରାମାଞ୍ଚଳର ଅଧିକାଂଶ ପରିବାର ପାଖେ ସ୍ମାର୍ଟ ଫୋନ ଅଭାବ ସହ ଇଣ୍ଟରନେଟ୍‍ ସମସ୍ୟା ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠପଢା ସୁବିଧାରୁ ବଞ୍ଚିତ ରଖିଛି। ଏଠାକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ପାଠପଢ଼ା ଧର୍ମକୁ ଆଖିଠାର ସଦୃଶ ହୋଇଛି। ବ୍ଲକର ୧୬ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅମ୍ପାବାଲି, କୁସୁମା, ଦିଗାଗଲୁରୁ, ନୂଆଁଗାଁ, ପୁକାଲି, ଚନ୍ଦକା ଭଳି ଅଧିକାଂଶ ବିଦ୍ୟାଳୟ ଅଞ୍ଚଳରେ ସମ୍ପୂର୍ଣ୍ଣ ରୂପେ ମୋବାଇଲ ନେଟୱର୍କ ସୁବିଧା ନ ଥିବା ଅଭିଯୋଗ ହୋଇଛି। ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ମାଳିପୁଟ ରାଜୀବ ଗାନ୍ଧି ଉଚ୍ଚ ବିଦ୍ୟାଳୟ ଥିବାବେଳେ ଏହି ଗାଁ ଓ ବିଦ୍ୟାଳୟ ପରିସରରେ ମୋବାଇଲ ନେଟୱର୍କ ନ ଥିବା ଏହାର ଉଦାହରଣ ସାଜିଛି।

- Advertisement -

ଉକ୍ତ ବିଦ୍ୟାଳୟରେ ୧୦୦ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ୬୧ଜଣଙ୍କ ପାଖେ ଫୋନ ରହିଛି। ସେଥିମଧ୍ୟରୁ ୪୨ଟି ଫୋନରେ ହ୍ୱାଟ୍ସଆପ୍‍ ସୁବିଧା ରହିଛି। ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରିବା ଆଦୌ ସମ୍ଭବପର ନୁହେଁ ବୋଲି ଉକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ନାୟକ ପ୍ରକାଶ କରିଛନ୍ତି। ସେହିପରି ପଟାଙ୍ଗି ବ୍ଲକ ସହାୟକ ଶିକ୍ଷାଧିକାରୀ ରଜନୀକାନ୍ତ ବଡନାୟକଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠପଢାଇବା କେତେଦୂର ଫଳପ୍ରଦ ପଚାରିବାରେ ଏହା ଉପାନ୍ତ ଅଞ୍ଚଳରେ ମୋବାଇଲ ଓ ନେଟୱର୍କ ସମସ୍ୟା ଯେଭଳି କଷ୍ଟସାଧ୍ୟ ସେଭଳି ଅନଲାଇନ ମାଧ୍ୟମରେ ଶିକ୍ଷାଦାନ ମଧ୍ୟ କଷ୍ଟସାଧ୍ୟ ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories