www.samajalive.in
Sunday, December 14, 2025
14.1 C
Bhubaneswar

କୋଭିଡ୍‍ ନିୟମ ଉଲ୍ଲଙ୍ଘନ : ବିଧାୟକଙ୍କ ବିରୋଧରେ ମାମଲା

ଭୁବନେଶ୍ୱର : ସମ୍ପ୍ରତି କୋଭିଡ୍‍ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉଛି। ତେବେ ବିଶେଷ କରି ସାମାଜିକ ଦୂରତାକୁ ପୂର୍ବରୁ ଉଲ୍ଲଘଂନ କରିଥିବା ଅଭିଯୋଗରେ କ୍ୟାପିଟାଲ୍‍ ଥାନାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବିରୋଧରେ କ୍ୟାପିଟାଲ୍‍ ଥାନା ପୁଲିସ ଆଇପିସିର ଧାରା ୧୪୩, ୨୬୯, ୨୭୦,,୧୪୯ ଏବଂ ମହାମାରର ଆଇନ୍‍ର ଧାରା ୩ରେ ମାମଲା ନଂ-୨୮୩ ରୁଜୁ କରାଯାଇଛି। ଗତ ୨୨ ତାରିଖରେ କଂଗ୍ରେସ ଭବନରେ ବିଧାୟକ ଶ୍ରୀ ରାଉତରାୟ ୨୦୦ରୁ ୩୦୦ କର୍ମୀଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ। ଏସମ୍ପର୍କରେ ସେ ଗଣମାଧ୍ୟମକୁ ମଧ୍ୟ କହିଛନ୍ତି। ତେବେ ଏସମ୍ପର୍କରେ ଅବଗତ ହେବା ପରେ ଲୋୟର ପିିଏମ୍‍ଜି ଡ୍ୟୁଟିରେ ଥିବା କନଷ୍ଟେବଳ ଅଶୋକ କୁମାର ପାଟ୍ଟଶାଣୀ କ୍ୟାପିଟାଲ୍‍ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହି ସମୟରେ ଭୋଜି ଆୟୋଜନ ଉପରେ କଟକଣା ରହିଥିବା ସତ୍ତ୍ବେ ବିଧାୟକ ନିୟମକୁ ଉଲ୍ଲଘଂନ କରିଛନ୍ତି ବୋଲି ଶ୍ରୀ ପାଟ୍ଟଶାଣୀ ଅଭିଯୋଗ କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories