www.samajalive.in
Monday, December 15, 2025
27.1 C
Bhubaneswar

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି, ବିନା ପରୀକ୍ଷାରେ ସିଟି ଛାତ୍ରଛାତ୍ରୀଙ୍କ ଫଳ

ଭୁବନେଶ୍ବର : ସିଟି ତାଲିମପ୍ରାପ୍ତ (ଡିଇଏଲ୍‌ଇଡ୍‌)ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହାଦ୍ବାରା ପ୍ରାୟ ୭୫୦୦ ଛାତ୍ରଛାତ୍ରୀଙ୍କର ବିନା ପରୀକ୍ଷାରେ ଫଳ ପ୍ରକାଶ କରାଯିବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ରଘୁରାମ ଆର ଆୟାର ପତ୍ର ଲେଖି ଟିଇ ଆଣ୍ଡ ଏସ୍‌ସିଇଆରଟି ନିର୍ଦେଶକଙ୍କୁ ଅବଗତ କରିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ତାଲିମପ୍ରାପ୍ତ ଦ୍ବିତୀୟ ବର୍ଷ ବିଦ୍ୟାର୍ଥୀଙ୍କର ଅନ୍ତିମ ସେମିଷ୍ଟର ପରୀକ୍ଷା କରିବା ସମ୍ଭବ ନୁହେଁ। ତେଣୁ ଏସ୍‌ସିଇଆରଟି ପ୍ରସ୍ତାବକ୍ରମେ ରାଜ୍ୟ ଗଣଶିକ୍ଷା ବିଭାଗ ପାରମ୍ପରିକ ପରୀକ୍ଷାକୁ ବାତିଲ କରିଛନ୍ତି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦକୁ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ରାଜ୍ୟରେ ୬୬ଟି ଶିକ୍ଷାନୁଷ୍ଠାନର ୬ ହଜାର ୪୯୪ ପରୀକ୍ଷାର୍ଥୀ ରହିଛନ୍ତି। ଗତ ବର୍ଷ ପୂର୍ବ ପରୀକ୍ଷାଗୁଡ଼ିକରେ ପ୍ରକାଶ ପାଇଥିବା ମାର୍କକୁ ଆଧାର କରି ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଫଳ ପ୍ରକାଶ କରାଯିବ। ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ କରୋନା ଯୋଗୁଁ ପରୀକ୍ଷା​‌ ଦେବାକୁ ପଡ଼ିବନି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories