www.samajalive.in
Sunday, December 14, 2025
26.1 C
Bhubaneswar

ହୃଦ୍‌ରୋଗରୁ ରକ୍ଷା ପାଇବାକୁ ଚାହୁଁଥିଲେ…

ଖାଦ୍ୟପାନୀୟରେ ଅନିୟମିତତା, ଫାଷ୍ଟଫୁଡ୍ ଅଧିକ ପରିମାଣରେ ଖାଇବା ସହ ଶାରୀରିକ ପରିଶ୍ରମ ଆଦୌ ନ କଲେ ହିଁ ହୃଦ୍‌‌ରୋଗର ହେବାର ଆଶଙ୍କା ବଢ଼ିଥାଏ। ବିଶେଷଜ୍ଞଙ୍କ ମତରେ ହୃଦ୍‌ରୋଗ ହେଲେ ଭୋଜନରେ ସତର୍କତା ଅବଲମ୍ବନ କରିବା ସହ ପ୍ରତିଦିନ ଯୋଗାଭ୍ୟାସ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

– ଓଜନ ବଢ଼ିବା ପ୍ରତି ସବୁଠୁ ଅଧିକ ସତର୍କ ରହିବା ଉଚିତ। ଆପଣଙ୍କ ଓଜନ ନିୟନ୍ତ୍ରଣରେ ନ ରହିଲେ ରକ୍ତଚାପ ମଧ୍ୟ ବଢ଼େ। କୋଲେଷ୍ଟୋରଲ୍ ସ୍ତର ବୃଦ୍ଧି ପାଇ ଅନ୍ୟାନ୍ୟ ଶାରୀରିକ ରୋଗ ଶରୀରକୁ ଦୁର୍ବଳ କରେ। ଏଣୁ ହୃଦ୍‌ରୋଗଠାରୁ ଦୂରେଇ ରହିବାକୁ ଚାହୁଁଥିଲେ, ପ୍ରଥମ କାମ ହେଲା ଯୋଗ, କସରତ କରି ନିଜ ଓଜନକୁ କମ୍ ରଖନ୍ତୁ।

- Advertisement -

– ପ୍ରୋସେସଡ୍ ଆମିଷ ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିବା ଜରୁରୀ। ମନେରଖନ୍ତୁ, ଆପଣ ଆମିଷ ଆଣି ନିଜ ଘରେ ଡିପ୍‌ ଫ୍ରିଜର୍‌ରେ ଗୋଟିଏ କିମ୍ବା ଦୁଇଦିନ ରଖି ପରେ ରାନ୍ଧି ଖାଇପାରନ୍ତି। ହେଲେ ବଜାରର କିଣା ପ୍ରୋସେସ୍‌ଡ ଆମିଷକୁ ଖାଇଲେ ହୃଦ୍‌ରୋଗ ହେବାର ଆଶଙ୍କା ସବୁଠୁ ଅଧିକ। ୧୫ ହଜାର ଆମେରିକା ଲୋକଙ୍କୁ ନେଇ ୨୦୧୪ରେ ଏକ ଅନୁଧ୍ୟାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୪୫% ହୃଦ୍‌ରୋଗୀ ଥିଲେ। ଏହି ଲୋକମାନଙ୍କ ଦିନଚର୍ଯ୍ୟାକୁ ଯେତେବେଳେ ଦେଖାଗଲା, ସମୟ ଅଭାବ କାରଣରୁ ଏମାନେ ନିୟମିତ ପ୍ରୋସେସଡ୍ ଆମିଷ ବ୍ୟଞ୍ଜନ ଖାଉଥିବାର ଜଣାଯାଇଥିଲା। ତାହା ହିଁ ହୃଦ୍‌ରୋଗ ହେବାର ଅନ୍ୟତମ କାରଣ ଥିବାର ବିଶେଷଜ୍ଞ ପ୍ରକାଶ କରିଥିଲେ।

– ଚିନି ଓ ଲୁଣ ଖୁବ୍ ଅଳ୍ପ ପରିମାଣରେ ବ୍ୟଞ୍ଜନରେ ବ୍ୟବହାର କରନ୍ତୁ। ଏହି କାରଣରୁ ମଧ୍ୟ ହୃଦ୍‌ରୋଗ ହେବାର ଭୟ ରହିଛି।

– ପ୍ରତିଦିନ ୧୦ ମିନିଟ୍ ପ୍ରାତଃଭ୍ରମଣ କରନ୍ତୁ। ଏପରି କଲେ ଆପଣଙ୍କ ମନ ଫୂର୍ତ୍ତି ରହିଥାଏ।

– ମାନସିକ ଅଶାନ୍ତି ବଢ଼ିଲେ ମଧ୍ୟ ହୃଦ୍‌ରୋଗ ହେବାର ଆଶଙ୍କା ବଢ଼ିଥାଏ ବୋଲି ବିଶେଷଜ୍ଞଙ୍କ ମତ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories