www.samajalive.in
Sunday, December 7, 2025
13.1 C
Bhubaneswar

ସମ୍ବଲପୁର ସହରରେ ବଢ଼ୁଛି ଅପରାଧ: ୨୪ ଘଣ୍ଟିଆ ପହରା ସତ୍ବେ ପୁଲିସ ହାତ ଖାଲି

https://youtu.be/SCoEwTbcsgA

ସମ୍ବଲପୁର: ସମ୍ବଲପୁର ଜିଲାରେ ଏବେ କରୋନାର ତାଣ୍ଡବ ଲୀଳା ଆରମ୍ଭ ହୋଇଯାଇଥିବା ବେଳେ କରୋନା ନାମରେ ଝାଳ ବୁହା ପରିଶ୍ରମ କରୁଥିବା ପୁଲିସ ତାର ପ୍ରମୁଖ ଦାୟିତ୍ୱରୁ ଓହରି ଯାଇଛି। ତେଣୁ ଅପରାଧିମାନେ ସେମାନଙ୍କର ଅସାମାଜିକ ଲୀଳା ଆରମ୍ଭ କରିସାରିଛନ୍ତି। କରୋନା ପାଇଁ ମାର୍ଚ୍ଚ ମାସରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର କଟକଣା ଜାରି କରି ରଖିଥିବାରୁ ଜିଲା ସାରା ଏବେ ପୁଲିସର କଡା ପହରା ଲାଗିଛି। ଜିଲାର ସମସ୍ତ ପ୍ରମୁଖ ମାର୍ଗ, ସୀମସ୍ଥଳ, ପ୍ରମୁଖ ସ୍ଥାନ, ଛକ ଆଦିରେ ପୁଲିସର ୨୪ ଘଣ୍ଟିଆ କଡା ପହରା ଚାଲିଛି। କିନ୍ତୁ ଏହା ସତ୍ୱେ ଅପରାଧି ମାନେ ଲକ ଡାଉନ ସମୟରେ ବିଭିନ୍ନ ପ୍ରକାରର ଅପରାଧ ନିର୍ଭୟରେ ଭିଆଇ ଚାଲିଛନ୍ତି।

- Advertisement -

ଲକ ଡାଉନ ପରଠାରୁ ପ୍ରଥମ କିଛି ଦିନ ଜିଲାରେ ଅପରାଧ ସଂଖ୍ୟା ଢ଼େର କମିଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଲିସର କାର୍ଯ୍ୟଶୈଳୀ ଓ ତାର ପ୍ରମୁଖ ଦାୟିତ୍ୱ ଆଇନ ଶୃଙ୍ଖଳାରୁ ଓହରି ଯାଇଥିବାର ଲକ୍ଷ୍ୟ କରି ଅପରାଧି ମାନେ ସେମାନଙ୍କର ଅସାମାଜିକ ଗତିବିଧି ଆରମ୍ଭ କରିଥିଲେ। ଲକ ଡାଉନ ଯୋଗୁଁ ସବୁ କିଛି ଠପ ପଡିଥିବା, ରାସ୍ତା ଘାଟ ଶୂନଶାନ ରହିବା, ପୁଲିସର କଡା ପହରା ରହିବା ଓ ଜନତା ଘର ମଧ୍ୟରେ ନିଜକୁ ଆବଦ୍ଧ ରଖିଥିବା ବେଳେ ଆର୍ଶ୍ଚଯ୍ୟ ଭାବରେ ଜିଲାରେ ହତ୍ୟା, ଅପହରଣ, ଏଟିଏମ ଲୁଟ, ଗୋଷ୍ଠୀ ସଂଘର୍ଷ, ଛୁରା ମାଡ, ଚୋରି, ଲୁଟ, ନାବାଳିକା ଦୁର୍ଷ୍କମ, ନିଶା କାରବାର ଆଦି ବିଭିନ୍ନ ପ୍ରକାରର ଅପରାଧିକ ଗତିବିଧି ଢ଼େର ବୃଦ୍ଧି ପାଇଛି।

ପୂର୍ବରୁ ଘଟିଥିବା କିଛି ଘଟଣା ମଧ୍ୟରେ ସମ୍ବଲପୁରର ବରେଇପାଲି ନିବାସୀ ଜଣାଶୁଣା ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ସ୍ପଷ୍ଟ ଦିବାଲୋକରେ ବ୍ୟସ୍ତବହୁଳ ରାଜ୍ୟ ରାଜପଥ ତଥା ଶାସନ ଥାନାରୁ ମାତ୍ର ୩ ଶହ ମିଟର ଦୂରରୁ ଅପହରଣ, ବୁର୍ଲା ଥାନା ଅର୍ନ୍ତଗତ ଗୋଶାଳା ବିଟ ହାଉସ ଅଧିନସ୍ଥ ବୈଜାମୁଣ୍ଡା ସ୍ଥିତ ୟୁକୋ ବ୍ୟାଙ୍କ ଓ ଜାତୀୟ ରାଜପଥ କଡରେ ଗୋଡଭଗା ଛକ ସ୍ଥିତ ୟୁକୋ ବ୍ୟାଙ୍କର ଏଟିଏମ ଗୁଡିକରୁ ଜୁନ ୨୫-୨୬ ତାରିଖରେ ୧୬ ଲକ୍ଷ ୫ ହଜାର ୨୦୦ ଟଙ୍କା ଓ ୮ ଲକ୍ଷ ଟଙ୍କା ଚୋରି, ଜୁନ ୨୯ରେ ଧମା ଅଞ୍ଚଳର ମହିଳା ପୂଜା ଅଗ୍ରୱାଲ (୨୯) ଓ ତାଙ୍କର ୩ ବର୍ଷର ଝିଅ ସାନୱି ଏସପି କାର୍ଯ୍ୟାଳୟ ନିକଟରେ ମହାନଦୀ ଉପରେ ନିର୍ମିତ ଦ୍ୱିତୀୟ ସେତୁ ଉପରୁ ନିଖୋଜ ଘଟଣା, ଗତ ୧୭ ତାରିଖରେ ଚେରୁଆପଡା ସ୍ଥିତ ମାର୍କେଟ କମ୍ପେ୍ଲକ୍ସ ମାଲିକ ଦେବାଶିଷ ପତିଙ୍କୁ ଦାଦାବଟି ମାଗିବା ସହ ମରଣାନ୍ତକ ଆକ୍ରମଣ ଭଳି ଘଟଣାରେ ପୁଲିସ ଅପରାଧୀଙ୍କୁ ଧରି ନ ପାରିବା ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି।

ତେବେ ପ୍ରଶ୍ନ ଉଠୁଛି ଯେ, ଟ୍ରେନ, ବସ ସବୁ ବନ୍ଦ ଥିବା ବେଳେ ଆସାମୀ ମାନେ ରାଜ୍ୟ ତଥା ଜିଲା ଛାଡି ପଳାଇ ଯାଉଛନ୍ତି କିପରି? ଯଦି ଅଭିଯୁକ୍ତମାନେ ରାଜ୍ୟ କିମ୍ବା ଜିଲା ଭିତରେ ଅଛନ୍ତି, ତାହା ହେଲେ କଣ ପାଇଁ ପୁଲିସ ସେମାନଙ୍କ ନିକଟରେ ପହଞ୍ଚିପାରି ନାହିଁ? ଘଟିଯାଇଥିବା ମାମଲା ଗୁଡିକର ରହସ୍ୟ ଉନ୍ନମୋଚନ ଓ ଅପରାଧିମାନଙ୍କୁ ଧରିବା ଦିନ ରାତି ଘଣ୍ଟା ଚକଟା କରୁଥିବା ବେଳେ ପୁଲିସକୁ ଯାହା ମିଳିଛି ତାହା ମଧ୍ୟ ବର୍ଣ୍ଣନା କରିବାକୁ ସାହାସ ଯୁଟାଇ ପାରୁ ନାହିଁ। ଗୋଟିଏ ପଟରେ କରୋନା ସଙ୍କଟ ଦିନକୁ ଦିନ ବିକଟ ରୂପ ଧାରଣ କରୁଥିବାରୁ ଜନତା ଚିନ୍ତାରେ ଥିବା ବେଳେ ଅନ୍ୟ ପଟରେ ପୁଲିସର ନିଷ୍କ୍ରିୟତାକୁ ଦେଖି ଏବେ ଜନତା ନିଜର ସୁରକ୍ଷାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି। ପୁଲିସ କେବେ ମାମଲା ଗୁଡିକୁ ସମାଧାନ କରି ରହସ୍ୟ ଉନ୍ନମୋଚନ କରି ଅପରାଧିମାନଙ୍କୁ ଧରିବ ତାହର ଚିତ୍ର ମଧ୍ୟ ସ୍ପଷ୍ଟ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories