ଶେଷ ପ୍ରି କ୍ୱାର୍ଟରଫାଇନାଲ : ସ୍ୱିଡେନ୍-ସ୍ୱିଜରଲାଣ୍ଡ ଏବଂ ଇଂଲଣ୍ଡ- କଲମ୍ବିଆ ମୁକାବିଲା
ସେଣ୍ଟ ପିଟର୍ସବର୍ଗ : ଚଳିତ ଫୁଟ୍ବଲ ବିଶ୍ୱକପ୍ର ଆଜି ହେଉଛି ଶେଷ ପ୍ରି କ୍ୱାର୍ଟରଫାଇନାଲ ମ୍ୟାଚ। ପ୍ରଥମ ମ୍ୟାଚ ସ୍ୱିଡେନ୍ ଓ ସ୍ୱିଜରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୨ୟ ମ୍ୟାଚଟି ଇଂଲଣ୍ଡ ଓ କଲମ୍ବିଆ ମଧ୍ୟରେ ଅନୁଷ୍ଠିତ ହେବ।
ଏହି ବିଶ୍ୱକପ୍ ପୂର୍ବରୁ ଉଭୟ ସ୍ୱିଡେନ୍ ଓ ସ୍ୱିଜରଲାଣ୍ଡର ପ୍ରିକ୍ୱାର୍ଟରଫାଇନାଲ ଖେଳିବା କଷ୍ଟକର ବୋଲି ମନେ ହୋଇଥିଲା। ତେବେ ଉଭୟ ଦଳ ଏହି ପର୍ଯ୍ୟାୟରେ ପହଞ୍ଚିବା ପରେ ଏଠାରୁ ନିଶ୍ଚୟ ଆଗକୁ ଯିବାକୁ ଚାହିଁବେ। ସ୍ୱିଡେନ୍ର ଅଧିନାୟକ ଆଣ୍ଡ୍ରିଆସ୍ ଗାନ୍କ୍ୱିଷ୍ଟ ଚମତ୍କାର ଫର୍ମରେ ଅଛନ୍ତି। ପୁଣି ସ୍ୱିଡେନ୍ର ଗୋଲ୍ରକ୍ଷକ ରବିନ୍ ଓଲ୍ସେନ ଅଦ୍ୟାବଧି ଚମତ୍କାର ଫର୍ମରେ ଅଛନ୍ତି। ସ୍ୱିଜରଲାଣ୍ଡର ଷ୍ଟ୍ରାଇକର ଜେର୍ଦାନ୍ ସାକିରି ନିଶ୍ଚିତ ଭାବେ ସ୍ୱିଡେନ୍ ଡିଫେନ୍ସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବେ। ସ୍ୱିଡେନ୍ ଗ୍ରୁପ୍ ଚମ୍ପିଆନ୍ ହୋଇଥିଲେ ହେଁ ବହୁତ ଫୁଟ୍ବଲ ପଣ୍ଡିତ ଆଶା ରଖିଛନ୍ତି ଯେ ଏହା ତୁଳନାରେ ସ୍ୱିଜରଲାଣ୍ଡ ଶକ୍ତିଶାଳୀ ଅଛି। ଫିଫା ମାନ୍ୟତାରେ ୨୪ନଂ ସ୍ଥାନରେ ଥିଲେ ହେଁ ସ୍ୱିଡେନ୍ ତା’ର ଦକ୍ଷତାଠାରୁ ଢେର୍ ଭଲ ପ୍ରଦର୍ଶନ କରିଛି।
ସେହିପରି ଇଂଲଣ୍ଡ ଓ କଲମ୍ବିଆ ଉନ୍ନତ ପ୍ରଦର୍ଶନ ମାଧ୍ୟରେ କ୍ୱାର୍ଟରଫାଇନାଲ ଖେଳିବା ପାଇଁ ଆଶା ରଖିଛନ୍ତି।