www.samajalive.in
Sunday, December 7, 2025
23.1 C
Bhubaneswar

ଆରମ୍ଭ ହେଲା ଡେଙ୍ଗୁ: ମେଲେରିଆ ସଚେତନତାବିପର୍ଯ୍ୟସ୍ତ ପରିମଳ ବଢ଼ାଉଛି ଡର

ଉତ୍ତରଭୁବନେଶ୍ୱର : ବର୍ଷାଋତୁରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି ା ବର୍ଷା ଦିନିଆ ମୁଖ୍ୟ ରୋଗ ଭାବେ ମେଲେରିଆ, ଡାଇରିଆ ଓ ଡେଙ୍ଗୁ ପ୍ରତି ସାବଧାନତା ହେବା ପାଇଁ ମହାନଗର ନିଗମ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ବିଭିନ୍ନ ୱାର୍ଡ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେଲାଣି; କିନ୍ତୁ ରାଜଧାନୀର ବିଭିନ୍ନ ୱାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ବିଭିନ୍ନ ଡ୍ରେନ୍‍ ଏବେବି ପୂର୍ଣ୍ଣାଙ୍ଗ ହୋଇ ନଥିବା ବେଳେ ବର୍ଷା ଅସରାଏ ହେଲେ ଡ୍ରେନ୍‍ ପାଣି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି। ତଳିଆ ଅଞ୍ଚଳରେ ପାଣି ଜମି ଡେଙ୍ଗୁ ମଶାବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଜଳ ନିଷ୍କାସନ ନାଳ ସଫେଇ ହେଉନଥିବା ଏବଂ ବିଭିନ୍ନ ରାସ୍ତାରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିବାରୁ ବର୍ଷା ପାଣି ଜମିରହି ମଶା ମାଛିଙ୍କ ବଂଶ ବିସ୍ତାର କରୁଥିବା ଅଭଯୋଗ ହୋଇଛି। ବିଭିନ୍ନ ୱାର୍ଡରେ ଛୋଟ ଡ୍ରେନ୍‍ ସଠିକ୍‍ ଭାବେ ସଫେଇ ହେଉନାହିଁ। କିଛି ୱାର୍ଡକୁ ଛାଡ଼ି ଦେଲେ ପ୍ରାୟ ୱାର୍ଡରେ ଡ୍ରେନ୍‍ ସଫେଇ ହୋଇନାହିଁ। ଏବେ ସବୁଠି ମହାମାରୀ କରୋନା ମୁକାବିଲା ପାଇଁ ସମସ୍ତେ ତତ୍ପର ଥିବା ବେଳେ ଡେଙ୍ଗୁ ମେଲେରିଆ ଓ ଡାଇରିଆ ମୁକାବିଲା କରିବା ଏକ ଆହ୍ୱାନ ହୋଇଛି।

ପ୍ରକାଶଯୋଗ୍ୟ, ଗତ ୩ବର୍ଷ ଭିତରେ ଶତାଧିକ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ନଜିର ରହିଥିବାବେଳେ ଏକାଧିକ ବ୍ୟକ୍ତିଙ୍କ ପ୍ରାଣ ଯାଇଛି। ୨୦୧୫ ଜୁଲାଇରେ ମଞ୍ଚେଶ୍ୱର, ପୁଲିସ ବାରାକ, ବିଭିନ୍ନ ବସ୍ତି ସମେତ ବିଭିନ୍ନ ସ୍ଥାନୀୟ ଗ୍ରାମରେ ଡେଙ୍ଗୁ ତା’ର ପ୍ରଭାବ ଜାହିର କରିଥିଲା । ୨୦୧୬-୧୭ରେ ମଧ୍ୟ ସହର ଛାତି ଉପରେ ତା’ର ଉପସ୍ଥିତି ଜାହିର କରିଥିଲା। ଚଳିତଥର କରୋନା ମୁକାବିଲାରେ ବିଏମ୍‌ସି ବ୍ୟସ୍ତ ରହୁଥିବାରୁ ଅନେକ ସ୍ଥାନରେ ଡ୍ରେନ୍‌, ​‌​‌ସ୍ୱେରେଜ୍‌, ନାଳ, ରାସ୍ତା ଘାଟରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମି ରହିଛି। ଅନେକ ସ୍ଥାନରେ ଏବେ ସୁଦ୍ଧା ସଫେଇ ହେବାର ନାଁ ଗନ୍ଧ ନାହିଁ। ଡେଙ୍ଗୁ ପ୍ରତିହତ ପାଇଁ ସଚେତନତା କରାଯାଉଥିଲେ ବି ଭୁବନେଶ୍ୱରରେ ଡେଙ୍ଗୁ କିପରି ସ୍ଥିତି ନେବ ଆଗାମୀ ସମୟ କହିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories