ବୁରାଡ଼ି କାଣ୍ଡ: ମୃତ ପିତାଙ୍କ ନିର୍ଦେଶରେ ସମୂହ ଆତ୍ମହତ୍ୟା

0

ନୂଆଦିଲ୍ଲୀ: ବୁରାରିରେ ପରିବାରର ୧୧ଜଣ ସଦସ୍ୟଙ୍କ ସମୂହ ଆତ୍ମହତ୍ୟା ଘଟଣାରେ ଆଉ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ସୋମବାର ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ଏଭଳି ଘଟଣା ପଛରେ କୌଣସି ଭଣ୍ଡ ତାନ୍ତ୍ରିକର ହାତ ସନ୍ଦେହ କରୁଥିବା ବେଳେ ମଙ୍ଗଳବାର ପରିବାରର ସାନ ପୁଅ ଏହି ଘଟଣାର ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଛି। ନାରାୟଣୀ ଦେବୀଙ୍କ ସାନ ପୁଅ ଲଲିତ ଭାଟିଆ(୪୫)ଙ୍କୁ ୧୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ପିତା ସମୂହ ଆତ୍ମହତ୍ୟା ପାଇଁ ନିର୍ଦେଶ ଦେଇଥିବା ଘରୁ ଜବତ୍‍ ହୋଇଥିବା ଏକ ଖାତାରୁ ଜଣାପଡ଼ିଛି। ଏହି ଖାତାରେ ଲେଖାଯାଇଥିବା ଅକ୍ଷର ଲଲିତଙ୍କ ବୋଲି ପୁଲିସ ଜାଣିବା ସହ ଉକ୍ତ ବ୍ୟକ୍ତିଜଣକ ଦୀର୍ଘ ଦିନ ଧରି ଏକ ଭ୍ରାନ୍ତ ମାନସିକତାର ଶିକାର ହେଉଥିବା ଜଣା ପଡ଼ିଥିଲା। ନାରାୟଣୀ ଦେବୀଙ୍କ ସ୍ୱାମୀ ୧୦ପୂର୍ବେ ମୃତ୍ୟୁବରଣ କରିଥିଲେ। ଲଲିତ ଦୀର୍ଘ ବର୍ଷ ଧରି ମୌନ ବ୍ରତ ଧାରଣ କରିଥିଲେ ମଧ୍ୟ ସାଧାରଣ ଦୈନନ୍ଦିନ ଜୀବନ ଯାପନ କରୁଥିଲେ। ଏପରିକି ଲଲିତ ତାଙ୍କ ଦୋକାନରେ ବସିଥିବା ବେଳେ ତାଙ୍କ ଗ୍ରାହକଙ୍କ ସହ ମଧ୍ୟ କଥା ହେଉ ନଥିଲେ। ତେବେ କିଛି ମାସ ପୂର୍ବେ ହଠାତ୍‍ ଲଲିତ କଥା ହେବା ଆରମ୍ଭ କରିଥିଲେ। ସ୍ୱପ୍ନରେ ତାଙ୍କ ପିତା ତାଙ୍କୁ କଥା ହେବାକୁ ନିର୍ଦେଶ ଦେଇଛନ୍ତି ବୋଲି ସେ ପରିବାରବର୍ଗଙ୍କୁ ପ୍ରକାଶ କରିଥିଲେ। ଏପରିକି ଖୁବ୍‍ ଶୀଘ୍ର ପରିବାର ଧ୍ୱଂସ ହେବ ଏଭଳି ଏକ ସୂଚନା ପିତାଙ୍କ ମାଧ୍ୟମରେ ଲଲିତ ଜାଣିପାରି ଏ ସମ୍ପର୍କରେ ପରିବାରବର୍ଗଙ୍କୁ କହିଥିଲେ। ଏହି ଅଘଟଣରୁ ବର୍ତ୍ତିବା ପାଇଁ ଓ ନିଜ ଅନ୍ତିମ ଇଚ୍ଛା ପୂରଣ କରିବାକୁ ହେଲେ ପିତାଙ୍କ ନିର୍ଦେଶ ମାନିବାକୁ ପଡ଼ିବ ବୋଲି ଲଲିତ ପରିବାରବର୍ଗଙ୍କୁ ବୁଝାଇ ଥିଲେ। ପିତାଙ୍କ ନିର୍ଦେଶକ୍ରମେ ପରିବାରରେ ହୋମ ଯଜ୍ଞ କରାଯିବା ସହ ଘରର ପଛପଟେ ୧୧ଖଣ୍ଡ ଲୁଆ ପାଇପ ଖଞ୍ଜା ଯାଇଥିଲା। ଏଭଳି ଗୋଟିଏ ପରେ ଗୋଟିଏ ଅନ୍ଧ ବିଶ୍ୱାସର ଶିକାର ହୋଇ ଚାଲିଥିଲେ ପରିବାର। ପିତାଙ୍କ ନିର୍ଦେଶ କ୍ରମେ ଶେଷରେ ସେମାନଙ୍କ ଅନ୍ତିମ ସମୟ ଆସିଯାଇଛି ଏଭଳି ବିଶ୍ୱାସ କରିବା ଆରମ୍ଭ କରିଥିଲେ ପରିବାରବର୍ଗ। ଏହି ଧ୍ୱଂସଲୀଳାରୁ ନିଜକୁ ଉଦ୍ଧାର କରିବାକୁ ମୃତ ପିତାଙ୍କ ସହଯୋଗ ଲୋଡ଼ିଥିଲେ ଲଲିତ। ତାଙ୍କ ନିର୍ଦେଶକ୍ରମେ ରବିବାର ରାତିରେ ଜଣେ ପରେ ଜଣେ ଆତ୍ମହତ୍ୟା କରିଥିଲେ। ତେବେ ଲଲିତଙ୍କ ଏହି ଯୁକ୍ତିରେ ପରିବାରର ସମସ୍ତେ ବିଶ୍ୱାସ କରୁଥିଲେ କି ନାହିଁ ତାହା ତଦନ୍ତରେ ଜଣାପଡ଼ି ନାହିଁ।

prayash

ଅପରପକ୍ଷରେ ପୁଲିସର ତନ୍ତ୍ରମନ୍ତ୍ର ପାଇଁ ପରିବାରବର୍ଗଙ୍କ ଆତ୍ମହତ୍ୟା ଘଟଣାକୁ ନାରାୟଣୀ ଦେବୀଙ୍କ ଝିଅ ସୁଜାତା ଦେବୀ ଖଣ୍ଡନ କରିଛନ୍ତି। ପରିବାରବର୍ଗ ପ୍ରତି ଦିନ ରାତିରେ ଗାୟତ୍ରୀ ମନ୍ତ୍ର ଓ ହନୁମାନ ଚାଳିସା ପଢିବା ବ୍ୟତୀତ ଅନ୍ୟ କୌଣସି ଧାର୍ମିକ କାର୍ଯ୍ୟରେ ସମ୍ପୃକ୍ତ ନଥିଲେ। ଏପରିକି ପରିବାରର ସାନ ଝିଅର ବିବାହ ସ୍ଥିର ହୋଇଥିଲା। ଖୁବ ଶୀଘ୍ର ଏହି ବିବାହ କରିବାକୁ ନାରାୟଣୀ ଦେବୀ ଆଗ୍ରହୀ ଥିଲେ। ଏଭଳି ପରିସ୍ଥିତିରେ ସମୂହ ଆତ୍ମହତ୍ୟା ପୁଲିସର ମନଗଢା କାହାଣୀ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି।

kalyan agarbati
Leave A Reply