www.samajalive.in
Tuesday, December 9, 2025
16.1 C
Bhubaneswar

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା, କମିଶନରେଟ୍ ପୁଲିସ ଦ୍ବାରା ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର : ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଦାୟିତ୍ବ କମିଶନରେଟ୍ ପୁଲିସକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି କି ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଜିଆରପି ପୁଲିସ ତଦନ୍ତ ସନ୍ତୋଷ ଜନକ ନୁହେଁ ଏଣୁ ଏହି ଘଟଣାର ତଦନ୍ତ କମିଶନରେଟ୍ ପୁଲିସକୁ ସାମିଲ କରାଯାଉ। ଏହି ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିବା ଆବଶ୍ୟକ। ଯଦି ଏହା ଏକ ହତ୍ୟା ତେବେ ଯିଏ ବାସ୍ତବ ଦୋଷୀ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାହା ହେଲେ ଲୋକମାନଙ୍କ ମନରେ ଆଇନବ୍ୟବସ୍ଥା ଉପରେ ଆସ୍ଥା ରହିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।


ଅନ୍ୟପଟେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏହି ଘଟଣାରେ ଲାଇ ଡି​‌ଟେକ୍ଟର ଟେଷ୍ଟ ଦାବି କରିଛନ୍ତି। ସେ ନିଜ ସହ ଆଦିତ୍ୟଙ୍କ ସହଯୋଗୀ ବିକାଶ ଏବଂ ପପୁଙ୍କର ମଧ୍ୟ ଲାଇ ଡି​‌ଟେକ୍ଟର ଟେଷ୍ଟ ପାଇଁ ଦାବି କରିଛନ୍ତି। ବିଦ୍ୟାଶ୍ରୀ କହିଛନ୍ତି ଲାଇ ଡି​‌ଟେକ୍ଟର ଟେଷ୍ଟ କଲେ ପକୃତ ସତ୍ୟ ସାମ୍ନାକୁ ଆସିବ । ଏବଂ ଜଣାପଡିବ କିଏ ସତ କହୁଛି ଆଉ କିଏ ମିଛ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories