www.samajalive.in
Monday, December 15, 2025
14.1 C
Bhubaneswar

ରାଜସ୍ଥାନ ସଙ୍କଟ: ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ, ପାଇଲଟ ଗୋଷ୍ଠୀଙ୍କୁ ୨୪ ପର୍ଯ୍ୟନ୍ତ ଅଶ୍ଵସ୍ତି

ନୂଆଦିଲ୍ଲୀ: ରାଜସ୍ଥାନରେ ଜାରି ରହିଥିବା ରାଜନୖତିକ ଅସ୍ଥିରତା ମଧ୍ୟରେ ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ସଚିନ ପାଇଲଟ୍‌ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅଶ୍ଵସ୍ତି ଦେଇଛନ୍ତି। ଏହି ସମୟ ମଧ୍ୟରେ ବାଚସ୍ପତି ସି.ପି. ଜୋଶୀ ପାଇଲଟ୍‌ ଏବଂ ତାଙ୍କ ସମର୍ଥକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ହାଇକୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି।

ସୂଚନା ଅନୁସାରେ, ରାଜସ୍ଥାନ କଂଗ୍ରେସ ସରକାରରେ ପାଇଲଟ୍‌ ବିଦ୍ରୋହ ଆରମ୍ଭ କରିବା ପରେ ତାଙ୍କୁ ରାଜ୍ୟ ପିସିସି ସଭାପତି ପଦରୁ ଦଳୀୟ ହାଇକମାଣ୍ଡ ବିଦା କରିଥିଲେ। ଏହା ସହିତ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀରୁ ମଧ୍ୟ ବହିଷ୍କାର କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ଏବଂ ତାଙ୍କର ୧୮ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି କଂଗ୍ରେସ ବାଚସ୍ପତିଙ୍କ ଦ୍ବାରସ୍ଥ ହୋଇଥିଲା। ଏହା ପରେ ବାଚସ୍ପତି ପାଇଲଟ୍‌ ଏବଂ ତାଙ୍କ ସମର୍ଥକମାନଙ୍କୁ ନୋଟିସ ଜାରି କରି କ’ଣ ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାହାର ଜବାବ ରଖିବାକୁ ୨ଦିନ ସମୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପାଇଲଟ୍‌ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲା ବିଚାରାଧୀନ ଥିବାରୁ ବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରି ନ ଥିଲେ। ଆଜି ମାମଲାର ଶୁଣାଣି ଶେଷ ହୋଇଥିବାବେଳେ ହାଇକୋର୍ଟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାୟକୁ ସଂରକ୍ଷିତ ରଖିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories