www.samajalive.in
Sunday, December 7, 2025
14.1 C
Bhubaneswar

ଭାତ ଗାଳୁଥିବାବେଳେ ନିଆଁରେ ପୋଡି ମହିଳା ମୃତ

ଦେବଗଡ :ଦେବଗଡ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗ୍ରାମରେ ଗତକାଲି ରାତ୍ରିରେ ଭାତ ଗାଳୁଥିବା ସମୟରେ ନିଆଁରେ ପୋଡି ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସାମନ୍ତ୍ରାପାଲି ଗ୍ରାମର ବୁଧିଆ କିସାନଙ୍କ ସ୍ତ୍ରୀ ସୁକାନ୍ତି କିସାନ(୪୦)ଅନ୍ୟଦିନ ମାନଙ୍କ ଭଳି ଗତକାଲି ରାତ୍ରି ପ୍ରାୟ ସାଢେ ୮ଟା ସମୟରେ  ନିଜ ଘରେ ଚୂଲିରେ ଭାତ ରାନ୍ଧିଥିଲେ। ତେବେ ଉକ୍ତ ଚୂଲିରେ ହିଁ ସେ ଭାତ ଗାଳୁଥିବା ସମୟରେ ଚୂଲି ନିଆଁ ତାଙ୍କର ସାଢିରେ ଲାଗିଯାଇ ସମଗ୍ର ଶରୀରକୁ ବ୍ୟାପିଯାଇଥିଲା। ଫଳରେ ସୁକାନ୍ତି ଗୁରୁତର ଭାବେ ପୋଡିଯାଇଥିଲେ। ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ଡାକ୍ତରଖାନା ନେବା ସମୟରେ ଗତକାଲି ରାତ୍ରି ପ୍ରାୟ ୧୧ ଟା ସମୟରେ ତାଙ୍କର ମୃତ୍ୟୂ ଘଟିଥିଲା। ସୂଚନା ପାଇ ଦେବଗଡ ଥାନା ପୁଲିସ ଏନେଇ ଏକ ମାମଲା ଋଜୁକରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories