www.samajalive.in
Sunday, December 7, 2025
26.1 C
Bhubaneswar

ଖୋର୍ଦ୍ଧା ଆଦର୍ଶ ଥାନା କଣ୍ଟେନମେଣ୍ଟ ଜୋନ ଘୋଷଣା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ସମେତ ପୌରାଞ୍ଚଳରେ କରୋନା ନିଜର କାୟା ବିସ୍ତାର କରିଚାଲିଛି। ଖୋର୍ଦ୍ଧା ଆଦର୍ଶ ଥାନାକୁ ମଙ୍ଗଳବାର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଖୋର୍ଦ୍ଧା ଆଦର୍ଶ ଥାନାର ଯୋଦ୍ଧା ତଥା ଦୁଇ ସହକାରୀ ସବ-ଇନ୍ସପେକ୍ଟର ଓ ଜଣେ କନେଷ୍ଟବଳ କରୋନା ପଜିଟିଭ ଭାବେ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। ଏପରିକି କାର୍ୟ୍ୟରତ ସମସ୍ତ ଅଧିକାରୀଙ୍କ ସମେତ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଗତ ସପ୍ତାହରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଆଦର୍ଶ ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହିତ ଥାନାକୁ ଅଭିଯୋଗ କରିବା ପାଇଁ ଆସୁଥିବା ଅଭିଯୋଗକାରୀଙ୍କ ଅଭିଯୋଗ ପତ୍ର ଆବେଦନ ପାଇଁ ଥାନାର ସମ୍ମୁଖ ଗେଟରେ ଆବେଦନ ବାକ୍ସ ରଖାଯାଇଛି। ଫଳରେ ଅଭିଯୋଗକାରୀ ଅଭିଯୋଗ ଉକ୍ତ ବାକ୍ସରେ ପକାଇବା ପରେ ଅଭିଯୋଗ ପତ୍ରକୁ ଗ୍ରହଣ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories