www.samajalive.in
Saturday, December 6, 2025
14.1 C
Bhubaneswar

ଦନ୍ତା ଆକ୍ରମଣରେ ୪ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡର ମୁଣ୍ଡାଆମ୍ବ କାଜୁ ଜଙ୍ଗଲର ଗୟାବନ୍ଧ ଗାଁ ନିକଟରେ ଦନ୍ତାକୁ ଶାନ୍ତ(ଟ୍ରାଙ୍କୁଲାଇଜ) କଲା ବେଳେ ଓଲଟା ଆକ୍ରମଣ କରିବାରୁ ୪ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ବନପାଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ନିଆଯାଇଛି।
ଖୋର୍ଦ୍ଧା ବନଖଣ୍ଡର ଟାଙ୍ଗୀ ଓ ଖୋର୍ଦ୍ଧା ରେଞ୍ଜରେ ଏକ ହାତୀପଲ ରହି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ତେବେ ହାତୀ ପଲ ଠାରୁ ଦୂରରେ ଅଲଗା ରହି ଏକ ଦନ୍ତା ହାତୀ ମଣିଷଙ୍କୁ ଆକ୍ରମଣ କରୁଛି। ଏହି ଦନ୍ତା ଆକ୍ରମଣରେ ୨୦୨୦-୨୧ରେ ୪ଜଣ,୨୦୨୧-୨୨ରେ ଏବେ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୦-୨୧ରେ ୧୪ଜଣ,୨୦୨୧-୨୨ରେ ଏବେ ସୁଦ୍ଧା ୬ ଜଣ ଆହତ ହୋଇଛନ୍ତି । କିଛି ଦିନ ପୂର୍ବରୁ ନିରାକାରପୁର କଲେଜ ଛକ ନିକଟରେ ଜଣେ ଘରୋଇ ଟିଉସନ ଶିକ୍ଷକ ବିଜୟ ପଟ୍ଟନାୟକ ଓ ରମାବିଲ ଗାଁର କୃଷି ଶ୍ରମିକ ବାଘ ଜେନା ଙ୍କ ମୃତ୍ୟୁ ପରେ ସାଧାରଣ ଲୋକଙ୍କ ମଧ୍ୟରେ ପତ୍ରକ୍ରିୟା ପ୍ରକାଶ ପାଇଥିଲା। ଏହି  ହାତୀକୁ ଶାନ୍ତ କରି (ଟ୍ରାଙ୍କୁଲାଇଜ କରି ) ଅନ୍ୟତ୍ର ନେବାକୁ ବିଭିନ୍ନ ଆଡୁ ଦାବି ହୋଇଥିଲା। ଏହା ପରେ ଏହି  ଦନ୍ତା ହାତୀ ଦେହରେ ରେଡିଓ କଲର ଲଗାଇ ତାର ଗତିବିଧି ନଜର କରିବାକୁ ବନବିଭାଗ ନିଷ୍ପତି ନେଇଥିଲା। ଖୋର୍ଦ୍ଧା ଡିଏଫଓ ପି.ପୂର୍ଣ୍ଣିମା,ଏସିଏଫ ଅରବିନ୍ଦ ମହାନ୍ତିଙ୍କ ତତ୍ୱାବଧାନରେ ନନ୍ଦନକାନନ ଟ୍ରାଙ୍କୁଲାଇଜ ଟିମ ସହ ଏକ ପ୍ରାଣୀ ବିଶେଷଜ୍ଞ ଦଳ ଗୟାବନ୍ଧ ଗାଁ ନିକଟରେ ହାତୀକୁ ଠାବ କରିବାକୁ ଦୁଇଦିନ ଧରି ପ୍ରୟାସ କରୁଥିଲେ। ସୋମବାର ସକାଳୁ ଦନ୍ତାକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ରେଡିଓକଲର ଲଗାଇବା ପାଇଁ ଖୋଜାଖୋଜି ଚାଲିଥିଲା। ତେବେ ଟ୍ରାଙ୍କୁଲାଇଜ ପରେ କାଜୁ ଜଙ୍ଗଲରେ ଛପି ଥିବା ହାତୀଟି ବନକର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ବନପାଳ (ଫରେଷ୍ଟର) ସିଧୁ ସିଂ ଗୁରୁତର ଆହତ ହୋଇଥିବା ବେଳେ ଜଣେ ପ୍ରାଣୀ ଡାକ୍ତରଙ୍କ ଗୋଡ ଭାଙ୍ଗିଛି। ଆଉ ଦୁଇଜଣ ବନରଖି ଖଣ୍ଡିଆ ଖାବରା ହୋଇଛନ୍ତି। ଗୁରୁତର ବନପାଳ ଏମ୍ସରେ ଚିକିତ୍ସା ହେଉଥିବା ଟାଙ୍ଗି ରେଞ୍ଜର ରବୀନ୍ଦ୍ର ପଣ୍ଡାଙ୍କ ଠାରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories