www.samajalive.in
Saturday, December 6, 2025
26.1 C
Bhubaneswar

ବ୍ଲକସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା, ଭାଗନେଲେ ୪୭୭ଖେଳାଳି

ସାରନଗରୀ: ପ୍ରଥମ ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଠିକଟା ବ୍ଲକ ବିଦ୍ୟାଳୟ ସମୂହକୁ ନେଇ ଜଲଦା ମିନି ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକ୍ରମରେ ଲାଠିକଟା ବ୍ଲକ ଏବିଡ଼ିଓ ଶରତ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଲାଠିକଟା ବ୍ଲକ ଚେୟାରମ୍ୟାନ ରଂଜିତା ଖାଲକୋ ଯୋଗ ଦେଇ ପ୍ରଦୀପ ପ୍ରକ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଥିଲେ । ସେ କହିଲେ ଯେ ଶୈକ୍ଷିକ ଶିକ୍ଷା ସହ ଶିକ୍ଷାର ଗୁରୁତ୍ୱ ରହିଛି । ଖେଳକୁଦ, ବ୍ୟାୟାମ ମନୁଷ୍ୟର ଶକ୍ତି ବୃଦ୍ଧି କରି ମାନସିକ ଦୃଢତାକୁ ନିଶ୍ଚିତ କରିଥାଏ । ସୁସ୍ଥ ଶରୀର ବିନା ମାନସିକ, ବୈଦ୍ଧିକ ବିକାଶ ଅସମ୍ଭବ ବୋଲି ମତ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ହାତୀବନ୍ଧା ସରପଞ୍ଚ ଚାମରୁ ସିଂ ମୁଣ୍ଡାରୀ, ଜଲଦା ସରପଞ୍ଚ ଜାତ୍ରୁ ଓରାମ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଲାଠିକଟା ବ୍ଲକ ଏବିଇଓ ପ୍ରଫୁଲ୍ଲ କୁମାର ସ୍ୱାଇଁ ଯୋଗ ଦେଇଥିଲେ । କ୍ରୀଡ଼ା ପତାକା ଉତୋଳନ ସହିତ ଏହି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିଲ।। ଜଲଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଧଳ ମଞ୍ଚ ପରିଚାଳନା କରିଥିଲେ । ମୁଣ୍ଡାଯୋର ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୀନକେତନ ମହାପାତ୍ର ମୁଖ୍ୟ ଆୟୋଜକ ଭାବରେ ଦାୟିତ୍ୱ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମକୁ ଚନ୍ଦ୍ରିକାଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମହାନ୍ତି ଶାରୀରିକ କ୍ରୀଡ଼ା ଶିକ୍ଷକ ଆଶିଷ କୁମାର ପ୍ରଧାନ, ରମାକାନ୍ତ ଜେନା, ଟିକଚାନ୍ଦ ପଟେଲ, ଶଶଧର ସାହୁ, ସୁରେନ୍ଦ୍ର ବେହେରା, ସଂଜୀବ କେର୍କେଟା, ପ୍ୟାରୀ ଲାକ୍ରା, ଅମରଦୀପ କୁଜୁର, ଅଜୟ କୁମାର ପଣ୍ଡା, ଶିଶିର ବେହେରା, ଭାରତୀ ମଲ୍ଲିକ, କବିତା ନାୟକ, ସୁମିତ୍ରା ସେଠୀ, ବବିତା ସାହୁ, ଗାୟତ୍ରୀ ପଲେଇ, ଲକ୍ଷ୍ମୀପ୍ରିୟା ଦାସ, ଆଲୋକ ରଂଜନ ଦାସ, ତୁଷାରକାନ୍ତ ଦାସ, ଉମେଶ ଚନ୍ଦ୍ର ଜେନା ସହଯୋଗରେ ଖେଳ କାର୍ଯ୍ୟ ସମ୍ପାଦିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ରାଂଟୋ ବିରକେରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଭିକାରୀ ଚରଣ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମକର୍ତା ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟିତ କରିଥିଲେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories