ଖୋର୍ଦ୍ଧା : ସୋମବାର କଲେଜ କ୍ୟାମ୍ପସ ଛାତରୁ ପଡି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ନାଇଜର କଲେଜ କ୍ୟାମ୍ପସର ଛାତରୁ ପଡି ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ଛତିଶଗଡର ହୋଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ମୃତ ଛାତ୍ରୀ ଜଣଙ୍କ ଫିଜିକ୍ସ ବିଭାଗର ପିଏଚଡି ଛାତ୍ରୀ। ଖବର ପାଇ ଜଟଣୀ ପୁଲିସ ଜଟଣୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ କରାଯାଇଛି।



