www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ମାସ ହେଲା ସୁଆଣ୍ଡୋକୁ ପାନୀୟ ଜଳଯୋଗାଣ ବନ୍ଦ

ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମକୁ ଦୁଇମାସ ହେଲା ପାନୀୟ ଜଳଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଲେ ସୁଦ୍ଧା ଜଳଯୋଗାଣ ହୋଇପାରୁ ନାହିଁ । ସରକାର ସୁଆଣ୍ଡୋକୁ ଐତିହ୍ୟ ଗ୍ରାମ ଭାବେ ଗ୍ରହଣ କରି ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦେଢ ବର୍ଷ ହେଲା ଚାଲଛି । ଓଡ଼ିଶା ସେତୁ ନିର୍ମାଣ ନିଗମ ଦ୍ୱାରା ନିର୍ମାଣ କାମ କରାଯାଉଛି । ଓବିସିସିର ଠିକାଦାର ଗ୍ରାମ ଦାଣ୍ତ ପ୍ରଶସ୍ତିକରଣ କରିବାକୁ ନେଇ ବ୍ଲକ ପାନୀୟ ଜଳଯୋଗାଣ ସଂସ୍ଥା ପକାଯାଇଥିବା ପାଣି ପାଇପକୁ ଜେସିବି ଲାଗାଇ ତାଡି ପକାଇଛନ୍ତି । ଯାହା ଦ୍ୱାରା କି ଗ୍ରାମର ୩ ଶହ ଲୋକ ୨ମାସ ହେଲା ପିଇବାକୁ ପାଣି ମୁନ୍ଦାଏ ପାଉ ନାହାନ୍ତି ବୋଲି ଗ୍ରାମବାସୀ ଅଭିେଯାଗ କରିଛନ୍ତି । ଲୋକଙ୍କ ପାଇଁ ପାନୀୟ ଜଳଯୋଗାଣ ର ବିକଳ୍ପ ବ୍ୟବସ୍ଥା ନକରି ଠିକାଦାର ପାଣି ପାଇପ ତାଡି ଦେବା କାର୍ଯ୍ୟକୁ ଗ୍ରାମବାସୀ ନିନ୍ଦା କରିଛନ୍ତି । ଏ ସଂପର୍କରେ ସତ୍ୟବାଦୀ ବିଡିଓ କ୍ଷିରୋଦ କୁମାର ନାୟକ କହନ୍ତି- ଓବିସିସି ତରଫରୁ ପାଇପ ବିଛାଇବା ପାଇଁ ଆର ଡବଲ୍ୟୁ ଏସ ଏସ ନିକଟରେ ପାଇପ ବିଛାଇବା ଖର୍ଚ୍ଚ ବାବଦ ଟଙ୍କା ଦାଖଲ କରିବେ ଓ ବିଭାଗୀୟ ଅଧିକାରୀ ୧୫ ଦିନ ମଧ୍ୟରେ ଜଳଯୋଗାଣ ସ୍ଵାଭାବିକ ହୋଇପାରିବ ବୋଲି କହିଛନ୍ତି । ତେବେ ଓବିସିସି ଓ ଆରଡବ୍ଲ୍ୟୁଏସଏସ ଉଭୟ ବିଭାଗରେ ସମନ୍ୱୟ ରକ୍ଷାକରି ତୁରନ୍ତ ସୁଆଣ୍ଡୋ ଗ୍ରାମକୁ ଜଳଯୋଗାଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories