ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ!; ଗୁଜବ ପ୍ରଚାର କରିଥିବା ବ୍ୟକ୍ତିଙ୍କ ନାମରେ ମାମଲା

0

ନୂଆଦିଲ୍ଲୀ: ତ୍ରୀକୁଟା ଥାନା ପୁଲିସ ପକ୍ଷରୁ ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ ଗୁଜବ ପ୍ରଚାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଆଇପିସିର ଧାରା ୧୪୭, ୪୨୭, ୫୦୫ ଓ ୨/୨୨ରେ ମାମଲା ରୁଜୁ କରାଯାଇଛି। ସୋସିଆଲ ମିଡିଆରେ ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ ଗୁଜବ ପ୍ରଚାରିତ କରି ଜମ୍ମୁ କାଶ୍ମୀରରେ ଚହଳ ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏଭଳି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରୁ ଖବର ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଅମରନାଥ ଯାତ୍ରାରେ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ବେଶ୍‍ ଚଳଚଞ୍ଚଳ ହୋଇ ପଡ଼ିଥିଲେ। ଜମ୍ମୁ ଓ ଶ୍ରୀନଗରରୁ ତରବରିଆ ଭାବରେ ପବିତ୍ର ଗୁମ୍ଫା ମଝିରେ ନିର୍ମାଣ କରାଯାଇ ଥିବା ସମସ୍ତ ବେସ କ୍ୟାମ୍ପରୁ ରିପୋର୍ଟ ମଗା ଯାଇଥିଲା। ରିପୋର୍ଟ ଆସିବା ପରେ ସୋସିଆଲ ମିଡିଆର ଆକ୍ରମଣ ଘଟଣା ଏକ ଗୁଜବ ପ୍ରମାଣିତ ହୋଇଥିଲା। ଫଳରେ ଏଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ କାଶ୍ମୀର ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ଜମ୍ମୁ ରେଳ ଷ୍ଟେସନ ସମ୍ମୁଖରେ କିଛି ଟେକ୍ସି ଚାଳକ ୟୁନିୟନ କରିଥିଲେ। ଅମରନାଥ ଯାତ୍ରା ଆରମ୍ଭ ହେବାରୁ ଏହି ଟେକ୍ସି ଚାଳକମାନେ ଶ୍ରଦ୍ଧାଳୁଙ୍କଠାରୁ ମୋଟା ଅଙ୍କର ଟଙ୍କା ବିନିମୟରେ ସେମାନଙ୍କୁ ଟେକ୍ସି ସେବା ଯୋଗାଇ ଦେଉଥିଲେ। କିଛି ସ୍ଥାନୀୟ ଲୋକ ମଧ୍ୟ ସେମାନଙ୍କ କାରକୁ ଅମରନାଥ ଯାତ୍ରୀଙ୍କୁ ଭଡ଼ା ସୁତ୍ରରେ ଦେବାରୁ ଏହାକୁ ଟେକ୍ସି ୟୁନିୟମ ପକ୍ଷରୁ ବିରୋଧ କରାଯାଇ ଥିଲା। ଏପରିକି ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ କାରର କାଚ ଭାଙ୍ଗି ଦେଇଥିଲେ। ଉକ୍ତ କାର ମାଲିକ ଆକ୍ରୋଶମୂଳକ ଭାବେ ଟେକ୍ସି ୟୁନିୟନ ବିରୋଧରେ ପୁଲିସର ସହାୟତା ନେବା ପରିବର୍ତ୍ତେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିଥିବା ପୁଲିସ ତଦନ୍ତରୁ ଜଣା ପଡ଼ିଛି।

kalyan agarbati
Leave A Reply