ସ୍ପେନ୍ ବିଦା; କ୍ୱାର୍ଟରରେ ରୁଷିଆ
ମସ୍କୋ – ଚଳିତ ଫୁଟ୍ବଲ ବିଶ୍ୱକପ୍ରୁ ବିଦାୟ ନେଇଛି ପୂର୍ବତନ ବିଶ୍ୱ ଚମ୍ପିଆନ୍ ସ୍ପେନ୍। ରବିବାର ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍ରେ ପେନାଲ୍ଟି ସୁଟ୍ଆଉଟ୍ରେ ସ୍ପେନ୍କୁ ୪-୩ ଗୋଲ୍ରେ ଆୟୋଜକ ରୁଷିଆ ପରାସ୍ତ କରିଛି। ମ୍ୟାଚ୍ର ନିର୍ଦ୍ଧାରିତ ସମୟରେ ସ୍କୋର୍ ୧-୧ ଥିବା ବେଳେ ଅତିରିକ୍ତ ସମୟରେ ଗୋଲ୍ ହୋଇନଥିଲା। ପରେ ଟାଇବ୍ରେକର ହୋଇଥିଲା ଏବଂ ଏଥିରେ ରୁଷିଆ ୪-୩ ଗୋଲ୍ରେ ଆଗୁଆ ରହିଥିଲା।
ଫଳରେ ୩ୟ ଦଳ ଭାବେ କ୍ୱାର୍ଟରଫାଇନାଲରେ ପହଞ୍ଚିଛି ରୁଷିଆ। ପୁଣି ପ୍ରଥମଥର ପାଇଁ ରୁଷିଆ କ୍ୱାର୍ଟରଫାଇନାଲରେ ପହଞ୍ଚିଛି। ଆତ୍ମଘାତୀ ଗୋଲ୍ ବଳରେ ସ୍ପେନ୍ ଆଗୁଆ ହୋଇଥିବା ବେଳେ ପେନାଲ୍ଟି ଦ୍ୱାରା ରୁଷିଆ ଗୋଲ୍ ସୁଝାଇ ଦେଇଥିଲା। ପେନାଲ୍ଟି ସୁଟ୍ଆଉଟ୍ରେ ରୁଷିଆ ପାଇଁ ଆଲେକ୍ଜାଣ୍ଡର ସ୍ମୋଲୋଭ୍, ସର୍ଜେଇ ଇଗ୍ନସେଭିଚ୍, ଆଲେକ୍ଜାଣ୍ଡର ଗୋଲୋଭିନ୍ ଓ ଡେନିସ ଚେରିସେଭ୍ ୪ଟିଯାକ ପ୍ରୟାସରୁ ଗୋଲ୍ ଦେଇଥିଲେ। ତେବେ ସ୍ପେନ୍ର ୩ ଜଣ ଗୋଲ୍ ଦେଇଥିବା ବେଳେ କୋକେଙ୍କ ସଟ୍କୁ ରୁଷିଆର ଗୋଲ୍ରକ୍ଷକ ତଥା ଅଧିନାୟକ ଇଗୋର ଆକିନ୍ଫିଭ୍ ରୋକି ଦେଇଥିଲେ ଏବଂ ଇଆଗେ ଆସ୍ପାସ୍ ବଲ୍କୁ ବାହାରକୁ ମାରିଥିଲେ। ଫଳରେ ଜର୍ମାନୀ ଓ ଆର୍ଜେଣ୍ଟିନା ପରେ ୩ୟ ପୂର୍ବ ଚମ୍ପିଆନ୍ ଭାବେ ସ୍ପେନ୍ ଏହି ବିଶ୍ୱକପ୍ରୁ ବିଦାୟ ନେଇଛି।
ମ୍ୟାଚ୍ ଆରମ୍ଭରୁ ୨୦୧୦ର ବିଶ୍ୱକପ୍ ଚମ୍ପିଆନ୍ ସ୍ପେନ୍ ଅଧିକ ଆକ୍ରମଣ କରିଥିଲା। ୪ର୍ଥ ମିନିଟରେ ଘରୋଇ ଦଳର ଆଲେକ୍ଜାଣ୍ଡର ଗୋଲୋଭିନ୍ଙ୍କ ପ୍ରୟାସରୁ ରୁଷିଆକୁ କର୍ଣ୍ଣର ମିଳିଥିଲେ ହେଁ ସ୍ପେନ୍ଡି ଫେଣ୍ଡର ଏହାକୁ କ୍ଲିଅର କରି