www.samajalive.in
Monday, December 15, 2025
17.1 C
Bhubaneswar

ଦେଓଗାଁରେ ୪ବର୍ଷର ରେକର୍ଡ଼ ଭାଙ୍ଗିଲା ବର୍ଷା

ଦେଓଗାଁ : ଗତ ୨୦୧୫ ମସିହାଠାରୁ ସ୍ୱଳ୍ପ ବର୍ଷା ଯୋଗୁଁ ପ୍ରତିବର୍ଷ ଚାଷୀ ମରୁଡ଼ିର ଶିକାର ହେଉଥିଲା । କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱଭାବିକ ଠାରୁ ଅଧିକ ବର୍ଷା ହୋଇ ଢ଼େର ଆଗରେ ଚାଷ କାର୍ଯ୍ୟ । ଯାହାଫଳରେ ଗତ ୫ବର୍ଷରେ ହୋଇଥିବା ବର୍ଷାର ରେକର୍ଡ଼କୁ ଭାଙ୍ଗି ଦେଇଛି ଚଳିତ ବର୍ଷର ଜୁନ୍‍ ମାସରେ ହୋଇଥିବା ବର୍ଷା। ଜୁଲାଇ ୧୫ତାରିଖ ସୁର୍ଦ୍ଧା ୫୦ ପ୍ରତିଶତ ଧାନ ରୁଆ କାମ ସରି ଯାଇଥିବା ବେଳେ ୪୫ ପ୍ରତିଶତ ବିହିଡ଼ା କାମ ଶେଷ ହୋଇଛି । ଯାହାକୁ ନେଇ ଆଗାମୀ ୧୫ ଦିନ ମଧ୍ୟରେ ଆହୁରୀ ୨ଟି ବଡ଼ବର୍ଷା ହେଲେ ଚାଷୀକୂଳ ପ୍ରତି ଉପଯୋଗୀ ହେବ ବୋଲି କୃଷି ବିଭାଗ ଆଶା ବାନ୍ଧିଛି ।  ଠିକ ସମୟରେ ବିହନ ଓ ସାର ମିଳି ପାରିଲେ ଚାଷ କାର୍ଯ୍ୟ ଶୀଘ୍ର ସରିଯିବ ବୋଲି ଚାଷୀମାନେ ଆଶା ବାନ୍ଧିଛନ୍ତି।

ଗତ ୨୦୧୬ମସିହା ଜୁନରେ ୬୬.୭୦ ମି.ମି. ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍‍ ମାସରେ ୩୩୩ ମି.ମି. ବର୍ଷା ହୋଇଥିବା ସରକାରୀ ରେକର୍ଡ଼ କହୁଛି। ଠିକ ସେହିପରି ୨୦୧୬ ଜୁଲାଇ ମାସରେ ୩୨୧.୮୦ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜୁଲାଇ ୧୫ ତାରିଖ ସୁର୍ଦ୍ଧା ୨୦୫.୪୦ ବର୍ଷା ହୋଇସାରିଛି । ଯାହାକୁ ନେଇ ସ୍ୱାଭାବିକ ଠାରୁ ଅଧିକ ବର୍ଷା ବୋଲି କୃଷି ବିଭାଗ ମତ ରଖିଛି। ଚଳିତ ବର୍ଷ ଦେଓଗାଁ ବ୍ଲକରେ ୨୦୧୭୫ ହେକ୍ଟରଚାଷ ଜମିରୁ ୧୦ହଜାର ୫୩୦ ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ ରଖିଛି କୃଷି ବିଭାଗ। ବଳକା ୧୦ହଜାର ଜମିରେ ମକ୍କା, ଡ଼ାଲି ଜାତୀୟ ଫସଲ, କପା, ଆଖୁ, ପନିପରିବା ଇତ୍ୟାଦି ଚାଷ କରିବାର ଲକ୍ଷ କରି କ୍ଷେତ୍ର ପ୍ରସ୍ତୁତ କରିଛନ୍ତି କୃଷି କର୍ମଚାରୀମାନେ।

- Advertisement -

ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଲକରେ ଲଗାତାର ଭାବେ ମରୁଡ଼ିର ଶୀକାର ହୋଇ ଚାଷୀମାନେ ତଳିତଳାନ୍ତ ହେଉଛନ୍ତି। ଏପରିକି ପ୍ରତିବର୍ଷ ବୀମା କମ୍ପାନୀ ଠାରେ ବୀମା ରାଶି ପଇଠ କରୁଥିଲେ ମଧ୍ୟ ମରୁଡ଼ିରେ ପୀଡ଼ିତ ଚାଷୀମାନେ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ଏଣୁ ଦେଓଗାଁ ଅଞ୍ଚଳର ଚାଷୀମାନଙ୍କୁ ଠିକ୍‍ ସମୟରେ ସାର ଓ କୀଟନାଶକ ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories