www.samajalive.in
Monday, December 15, 2025
17.1 C
Bhubaneswar

ପୁଲିସଠାରୁ ଲାଞ୍ଚ ନେଲା ପୁଲିସ, କନଷ୍ଟେବଳଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ଵର: କମିଶନରେଟ ପୁଲିସର ଜଣେ ଲାଞ୍ଚୁଆ କନଷ୍ଟେବଳଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଏହି କନଷ୍ଟେବଳ ଜଣକ ପୁଲିସ ବିଭାଗର କର୍ମଚାରୀଙ୍କୁ ବି ଛାଡ଼ି ନାହାନ୍ତି। ପୁଲିସଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛି। ସେ ହେଉଛନ୍ତି ସୁରେଶ ଚନ୍ଦ୍ର ଦାସ। ସେ କମିଶନରେଟ ପୁଲିସର ଆକାଉଣ୍ଟ ସେକ୍ସନରେ କାର୍ଯ୍ୟ କରୁଥିଲେ। ରତ୍ନାକର ପେଡେଣ୍ଟି ନାମକ ଜଣେ ପୁଲିସ କର୍ମଚାରୀଙ୍କଠାରୁ ସୁରେଶ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ, ଅଭିଯୋଗକାରୀ ରତ୍ନାକରଙ୍କ ଘର ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଇମାଲିଗୁଡ଼ା ଗ୍ରାମରେ ।​‌ ସେ ଏବେ ବାଲିପାଟଣା ଥାନାରେ ଓଏପିଏଫ ଭାବେ କାର୍ଯ୍ୟରତ ଅଛନ୍ତି। ଘରଭଡ଼ା ବାବଦରେ ଏରିଅର ବିଲ୍‌ କରାଇଦେବାକୁ କମିଶନରେଟ ପୁଲିସର ଆକାଉଣ୍ଟ ସେକ୍ସନରେ କାର୍ଯ୍ୟରତ ସୁରେଶ ଦାସ ତାଙ୍କୁ ୮ ହଜାର ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନା ମୁତାବକ ସୁରେଶଙ୍କୁ ଗିରଫ କରିଥିଲେ। କମିଶନରେଟ ପୁଲିସ କାର୍ଯ୍ୟାଳୟ ପଛପଟେ ସୁରେଶ ଅଭିଯୋଗକାରୀଙ୍କଠାରୁ ଟଙ୍କା ନେବା ସମୟରେ ଅଧିକାରୀମାନେ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଥିଲେ। ଲାଞ୍ଚ ବାବଦ ଅର୍ଥ ତାଙ୍କଠାରୁ ଜବତ କରାଯାଇଛି। ଏ ନେଇ ଭୁବନେଶ୍ଵର ଭିଜିଲାନ୍ସ ଥାନାରେ ଏକ ମାମଲା(୧୮/୨୦) ରୁଜୁ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories