ପିଲା ଚୋରି ଗୁଜବ : ମହାରାଷ୍ଟ୍ରରେ ୫ ଜଣଙ୍କୁ ପିଟି ପିଟି ମାରିଦେଲେ, ଚେନ୍ନଇରେ ୨ ଗୁରୁତର

0

ମୁମ୍ବଇ : ମହାରାଷ୍ଟ୍ରର ଧୁଲେ ଜିଲାରେ ରବିବାର ପିଲା ଚୋରି ସନ୍ଦେହରେ ୫ ଜଣତଙ୍କୁସ୍ଥାନୀୟ ଲୋକେ ପିଟି ପିଟି ହତ୍ୟା କରିଛନ୍ତି। ସେହିପରି ଚେନ୍ନଇରେ ୨ ଜଣଙ୍କୁ ପିଲା ଚୋର ସନ୍ଦେହରେ ଲୋକେ ନିର୍ଧୁମ ପିଟିଛନ୍ତି। ଦ୍ୱୟଙ୍କ ଅବସ୍ଥା ଗୁରୁତର ରହିଛ। ଧୁଲେ ଜିଲା ପୁଲିସ୍‍ ସୂଚନା ଅନୁସାରେ ରାଇନପାଡ଼ା ଆଦିବାସୀ ଅଞ୍ଚଳ ନିକଟରେ ଅନୁଷ୍ଠିତ ସାପ୍ତାହିକ ହାଟ ନିକଟରେ ଏକ୍‍ ବସରୁ ୫ ଜଣ ଲୋକ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସେଠାରେ ବୁଲୁଥିବା ଜଣେ ବାଳିକା ସହ କଥା ହେବାକୁ ଚେଷ୍ଟା କରିବା ପରେ ଗ୍ରାମବାସୀ ପିଲା ଚୋର ସନ୍ଦେହରେ ତାକୁ ଘେରିଯାଇ ପିଟି ପିଟି ହତ୍ୟା କରିଥିଲେ। ପରେ ହାଟରେ ଥିବା ଅନ୍ୟ ୪ଜଣଙ୍କୁ ଲୋକେ ଘରି ଯାଇ ପିଟି ପିଟି ମାରିଦେଇଥିଲେ। ପୁଲିସ୍‍ ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍‍ କହିବା ଅନୁସାରେ ପ୍ରାୟ ସପ୍ତାହେ ହେବ ସ୍ଥାନୀୟ ଅଞ୍ଚଳରେ ପିଲା ଚୋରି ଗୁଜବ ପ୍ରଚାରିତ ହୋଇଥିଲା। ଫଳରେ ଗ୍ରାମବାସୀ ବାହାର ଲୋକଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ଏବେ ଏହାର ପରିଣାମ ସ୍ୱରୁପ ୫ ଜଣ ହତ୍ୟାର ଶିକାର ହୋଇଛନ୍ତି।
ଚେନ୍ନଇରେ ଅନୁରପ ଏକ ଘଟଣା ଘଟିଛି। ସେଠାରେ ପିଲା ଚୋର ସନ୍ଦେହରେ ୨ ଜଣଙ୍କୁ ଲୋକେ ନିର୍ଧୁମ ପିଟିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସ୍‍ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି।
କେବଳ ଏହି ଦୁଇ ଘଟଣା ନୁର୍ହେ ବିଗତ କିଛି ଦିନ ଧରି ଦେଶର ବିଭିନ୍ନ ଅଂଶରେ ପିଲା ଚୋରି ସନ୍ଦେହରେ ଏଭଳି ଘଟଣାମାନ ଘଟି ଚାଲିଛି।

kalyan agarbati
Leave A Reply