www.samajalive.in
Tuesday, December 9, 2025
15.1 C
Bhubaneswar

ଜିଓ ପ୍ଲାଟଫର୍ମରେ ନିବେଶ କରିବ ଗୁଗଲ୍‍

ନୂଆଦିଲ୍ଲୀ: ବିଶ୍ୱର ୫ମ ସର୍ବବୃହତ ଅର୍ଥନୀତି ଭାବେ ପରିଗଣିତ ହେଉଥିବା ଭାରତରେ ନିଜ ସ୍ଥିତି ମଜଭୁତ କରିବାକୁ ଗୁଗଲ୍‍ ଆଗାମୀ ସାତବର୍ଷ ମଧ୍ୟରେ ପ୍ରାୟ ୧୦ବିଲିଅନ ଡଲାର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଭାରତ ସଂପ୍ରତି ବିଶ୍ୱର ପ୍ରମୁଖ ଇଣ୍ଟରନେଟ ସେବା ଯୋଗାଣକାରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଗୁଗଲ୍‍ ମଧ୍ୟ ତାହାର ଫାଇଦା ଉଠାଇବାକୁ ଚାହୁଁଛି। ସେଥିପାଇଁ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ଶାଖା ଜିଓ ପ୍ଲାଟଫର୍ମର ଅଂଶ ଅଧିଗ୍ରହଣ କରିବ ବୋଲି ଏକ ରିପୋର୍ଟରେ କୁହାଯାଇଛି। କମ୍ପାନୀ ପକ୍ଷରୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବା ଆଶା କରାଯାଉଛି। ଏହି ଚୁକ୍ତି ସ୍ୱାକ୍ଷରିତ ହେଲେ ମୁକେଶ ଅମ୍ବାନିଙ୍କର ଟେକ୍‍ନୋଲୋଜି କମ୍ପାନୀରେ ଫେସବୁକ୍‍ ଏବଂ ଅନ୍ୟ ବହୁ ଘରୋଇ ଇକ୍ୱିଟି ସଂସ୍ଥା ସହିତ ଗୁଗଲ୍‍ ମଧ୍ୟ ସାମିଲ ହେବ।

ଗତ କିଛିମାସ ମଧ୍ୟରେ ଜିଓ ପ୍ରାୟ ୧୫ବିଲିଅନ ଡଲାର ନିବେଶ ଆକୃଷ୍ଟ କରିବାରେ ସଫଳ ହୋଇଛି। ସେଥିମଧ୍ୟରେ କ୍ୱାଲ୍‍କମ ଇନ୍‍କର ଏକ ଶାଖା ସଦ୍ୟ ଜିଓ ପ୍ଲାଟଫର୍ମରେ ନିବେଶ କରିଛି। ସୂଚନାଯୋଗ୍ୟ ଯେ ଗୁଗଲ୍‍ର ପ୍ରତିଦ୍ୱନ୍ଦ୍ୱୀ ଫେସବୁକ୍‍ ଜିଓରେ ୫.୭ ବିଲିଅନ ଡଲାର ନିବେଶ କରିଥିବା ଜଣାଯାଇଛି। ତେବେ ଗୁଗଲ୍‍ର ନିବେଶ ଜିଓର ବିଭିନ୍ନ କ୍ଷେତ୍ରରେ କରାଯିବ ବୋଲି ଏହାର ମୁଖ୍ୟ ସୁନ୍ଦର ପିଚାଇ କହିଛନ୍ତି। ସୁନ୍ଦର କହିଛନ୍ତି, ଗୁଗଲ୍‍ ଭାରତୀୟ କମ୍ପାନୀଗୁଡିକରେ ଇକ୍ୱିଟି ନିବେଶ ସହିତ ଷ୍ଟାର୍ଟଅପରେ ନିବେଶ, ଅଂଶୀଦାର ବ୍ୟବସ୍ଥା ଏବଂ ଡାଟା ସେଣ୍ଟର ଭଳି ଭିତ୍ତିଭୂମି କ୍ଷେତ୍ରରେ ନିବେଶ କରିବ। ଜିଓରେ ଫେସବୁକ୍‍ ନିବେଶ କରିବାପରେ ଏହାକୁ ସିଲିକନ୍‍ ଭ୍ୟାଲିର ମୋହର ମିଳିଛି ଏବଂ ତାହା ପରବର୍ତ୍ତୀ ସମୟରେ ଏଥିରେ ଏକାଧିକ ସଂସ୍ଥା ନିବେଶ କରିବାରେ ଲାଗିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନି ଜିଓ ଜରିଆରେ ଭାରତ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରର ଅନ୍‍ଲାଇନ ରିଟେଲ, କଣ୍ଟେଣ୍ଟ ଷ୍ଟ୍ରିମିଂ, ଡିଜିଟାଲ ପେମେଣ୍ଟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ନିଜ ସ୍ଥିତି ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories