www.samajalive.in
Sunday, December 7, 2025
26.1 C
Bhubaneswar

ରେଳବାଇ ପ୍ରସ୍ତୁତ କଲା କରୋନା ସଂକ୍ରମଣ ନିରୋଧୀ କୋଚ୍‌; କୋବିଦ ଭୂତାଣୁ ନଷ୍ଟ ନିମନ୍ତେ ରହିଛି ବ୍ୟବସ୍ଥା

ଭୁବନେଶ୍ବର:କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାତ୍ରୀଙ୍କ ନିରାପଦ ଯାତ୍ରା ନିମନ୍ତେ ରେଳବାଇ ଡିଜାଇନ୍‌ କରିଛି ପୋଷ୍ଟ କୋଭିଡ କୋଚ୍‌। କପୁରତାଲାସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ କୋଭିଡ ପରବର୍ତ୍ତୀ କୋଚ୍‌ ନିର୍ମାଣ ପାଇଁ ସ୍ୱତନ୍ତ୍ର ଧରଣର ନିରାପଦ କୋଚ ଡିଜାଇନ୍‌ ପ୍ରସ୍ତୁତ ହୋଇଛି । ଏଥିରେ ରେଳଡବା ଭିତରେ ଯେଉଁସବୁ ସୁବିଧା ସୁଯୋଗ ରହିଛି ତାହାକୁ ନ ଛୁଇଁ ସେସବୁର ବ୍ୟବହାର କରାଯାଇପାରିବ। ଏହି କୋଚରେ ହ୍ୟାଣ୍ଡ ରେଲ୍‌ ଓ ଲ୍ୟାଚେସ୍‌ ଉପରେ ତମ୍ବାର ଆବରଣ ଦିଆଯାଇଛି । ଡବା ଭିତରେ ପ୍ଲାଜାମା ବାୟୁ ବିଶୋଧକ ବ୍ୟବସ୍ଥା ଓ ଟାଇଟାନିଅମ ଡାଇଅକ୍ସାଇଡ କଲେଇ (କୋଟିଂ) କରାଯାଇଛି, ଯାହା କରୋନା ଭୂତାଣୁକୁ ନଷ୍ଟ କରିବା ସହିତ ଯାତ୍ରୀମାନଙ୍କୁ ନିରାପଦ ରଖିପାରିବ ।


ହ୍ୟାଣ୍ଡ୍‌ ଫ୍ରି ସୁବିଧା-

- Advertisement -

ଏହି ନୂଆ କୋଚ୍‌ରେ ଏଣିକି ଆଉ ହାତରେ ପାଣି ଟ୍ୟାପ ଖୋଲିବାକୁ କିମ୍ବା ସାବୁନ ଉଠାଇବାକୁ ପଡିବନାହିଁ । ନୂଆ ବ୍ୟବସ୍ଥାରେ ଗୋଡ଼ରେ ଚାପିଦେଲେ ପାଣି ଟ୍ୟାପ ଖୋଲିବ ଏବଂ ସାବୁନ ବ୍ୟବହାରର ସୁବିଧା ମିଳିପାରିବ । ଶୌଚାଳୟର ଦ୍ୱାରଗୁଡିକୁ ଯାତ୍ରୀମାନେ ସହଜରେ ଗୋଡ ଦ୍ୱାରା ଖୋଲିପାରିବେ । ସେହିଭଳି ପାଇଖାନାର ଫ୍ଲସ ଭାଲ୍‌ବ ଗୋଡ ଦ୍ୱାରା ଚାଳିତ ହେବ । ପ୍ରତ୍ୟେକ କମ୍ପାର୍ଟମେଣ୍ଟର ଦ୍ୱାରକୁ ଆଉ ହାତରେ ନ ଖୋଲି କହୁଣି ସାହାଯ୍ୟରେ ଖୋଲାଯାଇପାରିବ ।
ହ୍ୟାଣ୍ଡରେଲ୍‌ ଓ ଲ୍ୟାଚ ଉପରେ ତମ୍ବା ଆବରଣ-

ପୋଷ୍ଟ କୋଭିଡ କୋଚରେ ଥିବା ହ୍ୟାଣ୍ଡରେଲ୍‌ ଓ ଲ୍ୟାଚଗୁଡିକ ଉପରେ ତମ୍ବାର ଆବରଣ ଦିଆଯାଇଛି । କାରଣ ତମ୍ବାର ଜୀବାଣୁନାଶକ ଗୁଣ ଥିବାରୁ ତାହା ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ମରିଯାଇଥାନ୍ତି । ଏହା ଉପରେ ଭାଇରସ୍‌ ଲାଗିବା କ୍ଷଣି ତମ୍ବାର ଆୟନ ପ୍ରଭାବରେ ଜୀବାଣୁର ପାଥୋଜେନ୍‌ ବିସ୍ଫୋରିତ ହୋଇ ଏହାର ଡିଏନ୍‌ଏ ଓ ଆରଏନ୍‌ଓକୁ ନଷ୍ଟ କରିଥାଏ ।
ପ୍ଲାଜାମା ବାୟୁ ବିଶୋଧକ-

ନୂଆ କୋଚ୍‌ରେ ବ୍ୟବହୃତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ପ୍ଲାଜାମା ବିଶୋଧକ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଶୀତତାପ ଯନ୍ତ୍ରରୁ ବାହାରୁଥିବା ପବନ ଭୂତାଣୁ ଓ ଜୀବାଣୁମୁକ୍ତ ହେବା ସହିତ ଡବା ଭିତରର ପରିବେଶକୁ ନିରାପଦ ରଖିଥାଏ । ଏସବୁ ଶୀତତାପ ନିୟନ୍ତ୍ରକର ଭିତରେ ଆୟନଯୁକ୍ତ ପବନ ବ୍ୟବହାର କରାଯାଉଛି । ଫଳରେ ସଂକ୍ରମଣର ଆଂଶକା ରହିବ ନାହିଁ ।
ଟାଇଟାନିୟମ ଡାଇଅକ୍‌ସାଇଡ ପ୍ରଲେପ- ପୋଷ୍ଟ କୋଭିଡ କୋଚ୍‌ରେ ଟାଇଟାନିୟମ ଡାଇଅକ୍‌ସାଇଡ ପ୍ରଲେପର ବ୍ୟବହାର କରାଯାଇଛି । ଏହି ପ୍ରଲେପରେ ଥିବା କ୍ଷୁଦ୍ରାତି କ୍ଷୁଦ୍ର ଟାଇଟାନିୟମ ଡାଇଅକ୍‌ସାଇଡ ଏକ ବିଶୋଧକ ଭାବେ କାର୍ଯ୍ୟ କରେ । ଏହା ପରିବେଶ ଅନୁକୂଳ । ଏହା ଜୀବାଣୁ, ଭୂତାଣୁ, ଫଙ୍ଗସ୍‌ ଏବଂ ଅନ୍ୟାନ୍ୟ କ୍ଷତିକାରକ କୀଟାଣୁକୁ ନିପାତ କରିଥାଏ । ଏହି ପ୍ରଲେପ ମଣିଷ ପାଇଁ ବିଷାକ୍ତ ନୁହେଁ । ଏହାର ବ୍ୟବହାର ଆମେରିକାର ଖାଦ୍ୟ ଓ ଭେଷଜ ପ୍ରତିଷ୍ଠାନ ଏଫ୍‌ଡିଏ ଦ୍ୱାରା ଅନୁମୋଦିତ ହୋଇଛି । ଏହା ମଣିଷର କୌଣସି କ୍ଷତି କରି ନ ଥାଏ । ଏହି ଟାଇଟାନିୟମ ଡାଇଅକ୍‌ସାଇଡ ପ୍ରଲେପ ୱାଶବେସିନ, ଶୌଚାଳୟ, ସିଟ୍‌ ଓ ବର୍ଥ, ସ୍ନାକ ଟେବୁଲ, ଗ୍ଲାସ ୱିଣ୍ଡୋ, ଚଟାଣ ତଥା ଡବା ମଧ୍ୟରେ ଯାତ୍ରୀ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ସ୍ଥାନରେ ଦିଆଯିବ । ଏହି ପ୍ରଲେପ ଏକବର୍ଷ ପର୍ଯ୍ୟନ୍ତ କାମ କରିବ । ଏହାଦ୍ୱାରା ରେଳଯାତ୍ରା ସମ୍ପୂର୍ଣ୍ଣ ରୋଗ ନିରୋଧକ ଏବଂ ନିରାପଦ ହୋଇପାରିବ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories