www.samajalive.in
Saturday, December 13, 2025
26.1 C
Bhubaneswar

ଖୁବଶୀଘ୍ର ୩୨ ହଜାର ପଦବୀରେ ମିଳିବ ନିଯୁକ୍ତି: ଅଶ୍ଵିନୀ

ସମାଜ ଡିଜିଟାଲ ଡେସ୍କ: ରେଳ ସୁରକ୍ଷା ବଳ (ଆରପିଏଫ)ରେ ବଡ଼ ନିଯୁକ୍ତି ସୁଯୋଗ ରହିଛି। ଖୁବଶୀଘ୍ର ଆରପିଏଫରେ ୩୨ ହଜାର ପଦବୀ ପୂରଣ କରାଯିବ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି ଯେ, ୨୦୧୪ରୁ ୨୦୨୪ ମଧ୍ୟରେ ରେଲଓ୍ବେରେ ୫ ଲକ୍ଷ ୨ ହଜାର ପଦବୀରେ ନିଯୁକ୍ତି ଦିଆଯାଇଛି। ଏହି ସଂଖ୍ୟା କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ସରକାରର ୨୦୦୪ରୁ ୨୦୧୪ ମଧ୍ୟରେ ଦିଆଯାଇଥିବା ୪ ଲକ୍ଷ ୧୧ ହଜାର ନିଯୁକ୍ତିଠାରୁ ୨୫ ପ୍ରତିଶତ ଅଧିକ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି।

କୋଭିଡ-୧୯ କଟକଣାରେ କୋହଳ ପରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଜରିଆରେ ୧ ଲକ୍ଷ ୩୦ ହଜାର ୫୮୧ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ତେବେ ଚଳିତବର୍ଷ ଗ୍ରୁପ ସି’ର ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ କରିବାର ବ୍ୟବସ୍ଥା କରିଛି। ଆରପିଏଫରେ ସହକାରୀ ଲୋକୋପାଇଲଟ୍‌, ଟେକ୍ନିସିଆନ, ଉପନିରୀକ୍ଷକ ଏବଂ କନଷ୍ଟେବଳ ଆଦି ପଦବୀରେ ନିଯୁକ୍ତି ପାଇଁ ୨୦୨୪ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୩୨ ହଜାର ୬୦୩ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories