କାଶ୍ମୀରରେ ବନ୍ୟା: ସ୍କୁଲ ବନ୍ଦ, ଅମରନାଥ ଯାତ୍ରା ସ୍ଥଗିତ

0

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଝେଲମ୍‍ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଛୁଇଁବା ପରେ ରାଜ୍ୟରେ ବନ୍ୟା ସମ୍ବନ୍ଧୀୟ ସତର୍କ ସୂଚନା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ୍‍ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ସେଭଳି ଜାମ୍ମୁ ବାଟଦେଇ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ବର୍ଷା ଓ ବନ୍ୟା ​‌େ​‌ଯାଗୁଁ ସ୍ଥଗିତ ରହିଛି।ଦୁଇ ଦିନ ଧରି ରାଜ୍ୟରେ ମୁଶଳଧାରା ବର୍ଷା ଲାଗି ରହିଥିବା ବେଳେ ଶନିବାର ପୂର୍ବାହ୍ଣ ସୁଦ୍ଧା ଦକ୍ଷିଣ କାଶ୍ମୀରର ସଙ୍ଗମ ଏବଂ ଶ୍ରୀନଗରର ରାମ ମୁନଶୀ ବାଗଠାରେ ନଦୀର ବନ୍ୟାଜଳ ବିପଦ ସଙ୍କେତ ଛୁଇଁଛି। ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ଶ୍ରୀନଗରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ତଳୁଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ପ୍ରଶାସନ ପରିସ୍ଥିତି ଉପରେ କଡ଼ା ଦୃଷ୍ଟି ରଖିଥିବାରୁ ଆତଙ୍କିତ ନ ହେବା ଲାଗି ରାଜ୍ୟବାସୀଙ୍କୁ କୁହାଯାଇଛି।

kalyan agarbati
Leave A Reply