www.samajalive.in
Monday, December 15, 2025
16.1 C
Bhubaneswar

ହାଫିଜ ଉପରେ ପାକିସ୍ତାନର ନିଷେଧାଦେଶ ନାମକୁ ମାତ୍ର

ଲାହୋର : ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସଇଦ ଦ୍ୱାରା ପରିଚାଳିତ ଦୁଇ ସଂଗଠନ ଜମାତ-ଉଦ୍‌-ଦାୱା (ଜେୟୁଡି) ଓ ଫଲାହ-ଇ-ଇନସାନିୟତ ଫାଉଣ୍ଡେସନ (ଏଫଆଇଏଫ)କୁ ପାକିସ୍ତାନ ସରକାର ନିଷିଦ୍ଧ କରିଛନ୍ତି। ତେବେ ପାକିସ୍ତାନ ସରକାରଙ୍କ ଏହି ନିଷେଧାଦେଶ ନାମକୁ ମାତ୍ର ବୋଲି ଜଣାଯାଇଛି। କାରଣ ଏହି ଦୁଇ ସଂଗଠନର କାର୍ଯ୍ୟାଳୟ ଯଥାରୀତି ଚାଲୁଛି। ହାଫିଜ ଓ ଜେୟୁଡିର ଅନ୍ୟ ନେତାମାନେ କାର୍ଯ୍ୟାଳୟକୁ ନିୟମିତ ଯାଉଛନ୍ତି। ଗତ ମାସରେ ପାକିସ୍ତାନ ସରକାର ଲାହୋରସ୍ଥିତ ଜେୟୁଡିର ମୁଖ୍ୟକାର୍ଯ୍ୟାଳୟକୁ ସିଲ୍‌ କରିଥିଲେ। ମାତ୍ର ହାଫିଜ ପ୍ରତି ଶୁକ୍ରବାର ଏହି କାର୍ଯ୍ୟାଳୟରେ ଉପସ୍ଥିତ ରହି ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବା ଜାରି ରଖିଛି। ପଞ୍ଜାବ ସରକାରଙ୍କ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସରକାର ହାଫିଜ ଓ ତାର ସହଯୋଗୀଙ୍କ କାର୍ଯ୍ୟାଳୟ ନ ଆସିବା ଲାଗି କୌଣସି ପ୍ରକାର ନିର୍ଦେଶନାମା ଜାରି କରିନାହାନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories