www.samajalive.in
Sunday, December 14, 2025
26.1 C
Bhubaneswar

ଟଙ୍କା ଲୁଟ ପରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: ଲେଫ୍ରିପଡା ଥାନା ଅନ୍ତର୍ଗତ ପତର ଗୋଦାମ ନିକଟରେ ଜୈନିକା ମହିଳାଙ୍କ ଠାରୁ ଟଙ୍କା ଲୁଟ କରି ତାଙ୍କ ସହ ଦୁଷ୍କର୍ମ କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।  ବେଳେ ଲେଫ୍ରିପଡା ପୁଲିସ ପୀଡ଼ିତା ମହିଳାଙ୍କ ଡ଼ାକ୍ତରିମାଇନା କରାଇବା ସହ ଦୁଷ୍କର୍ମକାରୀଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ, ସୋମବାର ରାତିରେ ଲେଫ୍ରିପଡା ଥାନା ଅନ୍ତର୍ଗତ କାପୁଟିକ୍ରା ଡ଼ମପଡ଼ାର ଜୈନିକା ମହିଳା ନିକଟସ୍ଥ ଦୋକାନରୁ ତେଲ କିଣି ଘରକୁ ଫେରୁଥିବା ବେଳେ ବାଟରେ ଏହି ଗ୍ରାମର ସୁରେଶ କିଶାନ ପ୍ରୋକ୍ତା ମହିଳାଙ୍କୁ ଭୟଭିତ କରାଇ ତାଙ୍କ ପାଖରେ ଥିବା ହଜାରେ ଟଙ୍କା ଲୁଟ କରିଥିଲା । ପରେ ପତର ଗୋଦାମ ନିଚ୍ଛାଟିଆ ସ୍ଥାନରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ପୀଡାତା ଲେଫ୍ରିପଡା ଥାନାରେ ଅଭିଯୋଗ କରିଥିଲେ । ଲେଫ୍ରିପଡା ଥାନା ଅଧିକାରୀ ସୌଦାମିନୀ ନାଗ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ ଦୁଷ୍କର୍ମକାରୀ ସୁରେଶକୁ ଗିରଫ କରି ତାଙ୍କ ମଧ୍ୟ ଡ଼ାକ୍ତରିମାଇନା କରାଇ କୋର୍ଟ ଚାଲାଣ କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories