ମୁଖ୍ୟମନ୍ତ୍ରୀଙ୍କୁ ପେନସନ ମହାସଙ୍ଘର କୃତଜ୍ଞତା ଜ୍ଞାପନ
ଭୁବନେଶ୍ୱର/କଟକ: ରାଜ୍ୟର ୧ଲକ୍ଷ ୨୦ହଜାର ପେନସନ ଭୋଗୀଙ୍କୁ ବର୍ଦ୍ଧିତ ପେନସନ ବାକିଆ (ଏରିଅର) ଦେବା ପାଇଁ ଅର୍ଥ ବିଭାଗ ପକ୍ଷରୁ ଗତ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ ଓ ସ୍ୱତନ୍ତ୍ର ଶାସନ ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ମହାସଂଘର ଅଧ୍ୟକ୍ଷ୍ ପ୍ରତାପ ଚନ୍ଦ୍ର ଦାସ ଓ ମହାସଚିବ ଗୋକୁଳାନନ୍ଦ ବେହେରା ଏକ ପ୍ରେସ ନୋଟ ଜରିଆରେ ଏହି ସୂଚନା ଦେଇଛନ୍ତି।
କଣ୍ଟ୍ରୋଲ ଅଫ ଆକାଉଣ୍ଟସ୍ରୁ ପେନସନ ପାଉଥିବା ୧.୨୦ ଲକ୍ଷ କର୍ମଚାରୀ ସଂଶୋଧିତ ପେନସନ୍ର ଏରିଅର ୧ଜାନୁଆରୀ ୨୦୧୬ ପରିବର୍ତ୍ତେ ଅକ୍ଟୋବର ୨୦୧୭ ରୁ ଦେବାପାଇଁ ଅର୍ଥ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଥିଲା । ଏହି ନିର୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବି ରେ ପେନସନ ମହାସଂଘ ପକ୍ଷରୁ ଲଗାତାର ଆନ୍ଦୋଳନ ସହ ପତ୍ର ଦିଆଯାଇଥିଲା।