www.samajalive.in
Saturday, December 13, 2025
23.1 C
Bhubaneswar

ହାର୍ନିଆ ରୋଗୀଙ୍କୁ କରୋନା; ହସ୍‌ପିଟାଲ୍‌ ସିଲ୍‌, ସବୁ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିର୍ଦେଶ

ସାକ୍ଷୀଗୋପାଳ: ସ୍ଥାନୀୟ ମହାବୀର କଲୋନୀସ୍ଥିତ ଗୋପୀନାଥ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜନୈକ ଯୁବକ ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଡାକ୍ତରଖାନାକୁ ସିଲ୍‌ ପରେ ଏହାର ପରିସର ବିଶୋଧନ କରାଯାଇଛି। ଡାକ୍ତରଖାନା କର୍ମଚାରୀ ମାନଙ୍କୁ ସଙ୍ଗରୋଧରେ ରଖାଯାଇଛି।
ପିପିଲି ଥାନାର ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ଜନୈକ ୨୭ ବର୍ଷ ବୟସ୍କ ଯୁବକ ମହାବୀର କଲୋନୀସ୍ଥିତ ଗୋପୀନାଥ ହସ୍ପିଟାଲରେ ଗତ ୭ ତାରିଖ ଦିନ ହାର୍ନିଆ ଅପରେସନ ହୋଇଥିଲା। ଏହାପରେ ତାଙ୍କୁ ଜ୍ୱର ଓ ଥଣ୍ଡା ହେବାରୁ ଗତକାଲି  ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଆଜି ତାଙ୍କର କରୋନା ପଜିଟିଭ ଚି଼ହ୍ନଟ ହୋଇଥିଲା। ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ ସେଠାରେ ପହଞ୍ଚି ଡାକ୍ତରଖାନାଟିକୁ ସିଲ୍‌ କରିଥିଲେ ଏବଂ ଏହାପରେ ଡାକ୍ତରଖାନାକୁ ବିଶୋଧନ କରିଛନ୍ତି। ଏହି ଡାକ୍ତରଖାନା​‌େ​‌ର କାର୍ଯ୍ୟରତ ୧୧ ଜଣ କର୍ମଚାରୀଙ୍କୁ ସେଲ୍ଫ କ୍ଵାରେଣ୍ଟଇନରେ ରହିବାକୁ ସେ ନିର୍ଦେଶ ଦେଇଛନ୍ତି। ଏହି ସମୟରେ ଡାକ୍ତରଖାନାକୁ ଆସିଥିବା ରୋଗୀ ଓ ସହାୟକ ମାନଙ୍କର ତାଲିକା ପ୍ରସ୍ତୁତ କରାଯାଉ ଥିବାର  ଜଣାପଡ଼ିଅଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories