www.samajalive.in
Thursday, December 11, 2025
23.1 C
Bhubaneswar

ସାରା ଦେଶରେ ଖୁବ୍‍ଶୀଘ୍ର ସେରୋସର୍ଭିଲାନ୍ସ ସର୍ଭେ : ଆଇସିଏମ୍‍ଆର

ନୂଆଦିଲ୍ଲୀ : କୋଭିଡ୍‍-୧୯ ସଂକ୍ରମଣର ଗତି ନିର୍ଦ୍ଧାରଣ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‍ଆର) ସାରା ଦେଶରେ ଖୁବ୍‍ଶୀଘ୍ର ସେରୋସର୍ଭିଲାନ୍ସ ସର୍ଭେ ଆରମ୍ଭ କରିବାକୁ ଯୋଜନା କରୁଛି। ଲୋକମାନଙ୍କ ମଧ୍ୟରେ କୋଭିଡ୍‍-୧୯ ସଂକ୍ରମଣର ଗତି ନିର୍ଦ୍ଧାରଣ କରିବା ପାଇଁ ଏହି ସର୍ଭେ କରାଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ମେ ମାସରେ ଆଇସିଏମ୍‍ଆର୍‍ ପକ୍ଷରୁ ସେରୋ ସର୍ଭେ କରାଯାଇ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା, ଯାହାର ପରୀକ୍ଷା ଜାରି ରହିଛି।
ପୂର୍ବରୁ ଆଇସିଏମ୍‍ଆର୍‍ କହିଥିଲା, ୮୩ଟି ଜିଲ୍ଲାର ସାମ୍ପଲ ସର୍ଭେ ମଧ୍ୟରୁ ୬୫ଟି ଜିଲ୍ଲାର ସେରୋ ସର୍ଭେଲାନ୍ସ ରିପୋର୍ଟ ବାହାରିଛି। ଯେଉଁଥିରେ .୭୩% ଲୋକଙ୍କ ମଧ୍ୟରେ ଭୂତାଣୁ ଥିବା ଜଣାପଡ଼ିଛି। ଦିଲ୍ଲୀସ୍ଥିତ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ ଗତ ଜୁନ୍‍ ୨୭ ତାରିଖରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ସେରୋ ସର୍ଭେ ରିପୋର୍ଟ ବାହାରି ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶ ବ୍ୟାପୀ କୋଭିଡ୍‍-୧୯ ଭୂତାଣୁ ସଂକ୍ରମଣ ମୁକାବିଲା କରିବାରେ ଦେଶ ସଠିକ୍‍ ପଦକ୍ଷେପ ନେଉଛି। ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସଂକ୍ରମଣ ଓ ମୃତ୍ୟୁ କମ୍‍ ହାର ରହିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories