www.samajalive.in
Sunday, December 14, 2025
19.1 C
Bhubaneswar

ଦୁଇ ମହିଳାଙ୍କ ହାତରେ ବିଶ୍ବ କରୋନା ପ୍ରଭାବ ମୂଲ୍ୟାୟନ ଦାୟିତ୍ବ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ମୁଖ୍ୟ ଟେଡ୍ରୋସ୍ ଅଧୋନମ କହିଛନ୍ତି ଯେ ଲାଇବେରିଆର ପୂର୍ବତନ ରାଷ୍ଟ୍ରପତି ଏଲେନ୍ ଜନସନ ସରଲିଫ ଏବଂ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ହେଲେନ କ୍ଲାର୍କ ଏକ ନୂତନ କମିଟିରର ନେତୃତ୍ୱ ନେବେ ଏବଂ ବିଶ୍ଵବ୍ୟାପୀ କରୋନା ମହାମାରୀର ସଚ୍ଚୋଟ ମୂଲ୍ୟାଙ୍କନ କରିବେ।

‘ହୁ’ ମୁଖ୍ୟ ଟେଡ୍ରୋସ୍ ଅଧୋନମ କହିଛନ୍ତି ଯେ କରୋନା ଭୟାବହତା ସମୟରେ ବିଶ୍ୱରେ ଯାହା ଘଟିଯାଇଛି ଏବଂ ଯାହା ଘଟୁଛି ତାହାର ସଚ୍ଚୋଟ ମୂଲ୍ୟାଙ୍କନ ସହ ଏହି ଦୁଇ ସ୍ୱାଧୀନଚେତା ନେତା ଭବିଷ୍ୟତରେ ଏହିପରି ଘଟଣାକୁ ରୋକିବା ପାଇଁ ଆମକୁ କଣ କରିବା ଉଚିତ ତାହା ମଧ୍ୟ ମାର୍ଗଦର୍ଶନ କରିବେ।

- Advertisement -

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମେ’ ମାସରେ ଅନୁଷ୍ଠିତ ବୈଠକରେ କରୋନା ମହାମାରୀର ବ୍ୟାପକ ମୂଲ୍ୟାଙ୍କନ ଏବଂ ଏହି ରୋଗ ପ୍ରତି ବିଶ୍ୱର ପ୍ରତିକ୍ରିୟା ଜାଣିବା ପ୍ରସଙ୍ଗ ଉପରେ ଆଲୋଚନା ପରେ ଏଭଳି ପଦକ୍ଷେପ ନିଆଯାଇଛି। କରୋନା ମହାମାରୀ ନିୟନ୍ତ୍ରଣ ତଥା ଆମେରିକା ରାଷ୍ଟ୍ରପତିଙ୍କ ସମାଲୋଚନାକୁ ଦୃଷ୍ଟିରେ ରଖି ଏଭଳି ମୂଲ୍ୟାଙ୍କନ ବ୍ୟବସ୍ଥା ଆପଣେଇବାକୁ ନିଷ୍ପତ୍ତି ନିଆଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories