www.samajalive.in
Monday, December 15, 2025
15.1 C
Bhubaneswar

ଦେଶର ୪୯ ଜିଲାରୁ ୮୦% ସଂକ୍ରମିତ; ୬ ରାଜ୍ୟରୁ ୮୬% ମୃତକ

ନୂଆଦିଲ୍ଲୀ : ଦେଶରେ  କରୋନାରେ ମୃତ୍ୟୁ ଘଟିଥିବା ଲୋକମାନଙ୍କ ମଧ୍ୟରୁ ଶତକଡ଼ା ୮୬ ଭାଗ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ୬ଟି ରାଜ୍ୟରୁ ରହିଛନ୍ତି। ସେହିଭଳି ମୋଟ୍‍ ମୃତକଙ୍କ ମଧ୍ୟରୁ ଶତକଡ଼ା ୮୦ ଭାଗ ୩୨ଟି ଜିଲ୍ଲାରୁ ଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, କର୍ଣ୍ଣାଟକ, ତେଲଙ୍ଗନା, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ ଓ ଗୁଜରାଟ ଭଳି ୮ଟି ରାଜ୍ୟରୁ ଶତକଡ଼ା ୯୦ଭାଗ କୋଭିଡ୍‍-୧୯ ସଂକ୍ରମିତ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସେହିପରି ୪୯ଟି ଜିଲ୍ଲାରୁ ଶତକଡ଼ା ୮୦ଭାଗ ସଂକ୍ରମିତ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡିଛି।

କୋଭିଡ୍‍-୧୯ ସମ୍ବନ୍ଧୀୟ ଉଚ୍ଚ ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ବୈଠକରୁ ଏହି ସୂଚନା ମିଳିଛି। ଗୁରୁବାର ନୂଆଦିଲ୍ଲୀରେ ଏହି ଉଚ୍ଚ ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ୧୮ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ବସିଥିଲା। ଏଥିରେ ଦେଶର କୋଭିଡ୍‍-୧୯ ସ୍ଥିତି ବିଷୟରେ ବିସ୍ତୁତ ବିବରଣୀ ଉପସ୍ଥାପନ କରାଯାଇଛି।

- Advertisement -

ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ସଂକ୍ରମଣର ବ୍ୟାପକତା ରୋକିବା ନିୟମର କଡ଼ାକଡ଼ି ପାଳନ ଓ ତଦାରଖ କାର୍ଯ୍ୟ ପ୍ରତି
ଅଧିକ ଆଲୋକପାତ କରିବାକୁ ହେବ। ଏହା ସହିତ ନମୁନା ପରୀକ୍ଷା ବ୍ୟବସ୍ଥାରେ ବୃଦ୍ଧି କରିବାକୁ ପଡ଼ିବ ଓ ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିବାକୁ ହେବ। ସେ କହିଛନ୍ତି, ଆଗୁଆ ଚିହ୍ନଟ ଓ ଚିକିତ୍ସା ମାଧ୍ୟମରେ ମୃତ୍ୟୁ ହାର କମ୍‍ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ସୁଜିତ କେ. ସିଂହ କୋଭିଡ୍‍ ସଂକ୍ରମଣ ସମୟରେ ଦେଶରେ ତଦାରଖ ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଜନସଚେତନତା ବୃଦ୍ଧି ଓ ଲୋକମାନଙ୍କୁ ଯୋଗାଯୋଗ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ଅଷ୍ଟମ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀର ଅଧ୍ୟକ୍ଷ ଅମିତ ଖରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ଏହି ବୈଠକରେ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍. ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ଜାହାଜ ଚଳାଚଳ ଓ ରସାୟନ ଏବଂ ସାର ରାଷ୍ଟ୍ର ମନ୍ତ୍ରୀ ମନଶୁଖ ମାଣ୍ଡଭ୍ୟ ଓ ନୀତି ଆୟୋଗ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଦସ୍ୟ ଡକ୍ଟର ବିନୋଦ ପଲ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଯୋଗ
ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories